ମୁମ୍ୱାଇ: ଦୁଇ ଦଶନ୍ଧି ତଳେ ଲତାଙ୍କ ଜୀବନରେ ଏକ ଘଟଣା ଘଟିଥିଲା ଯାହା ହକ୍ ପାଇଁ ଲତାଙ୍କ ଲଢ଼େଇର ନମୁନା ବହନ କରେ। ଘଟଣାଟି ଘଟିଥିଲା ରାସ୍ତା ଉପରର ଫ୍ଲାଏ ଓଭର୍କୁ ନେଇ। ଗୁରୁଗାଓଁରୁ ହାଜି ଅଲି ଜଙ୍କ୍ସନ୍ ମଧ୍ୟରେ ଏହି ଫ୍ଲାଏ ଓଭର ନିର୍ମାଣ ହେବାର ରହିଥିଲା। ମାତ୍ର ଏହାକୁ ବିରୋଧ କରିଥିଲେ ଲତା ମଙ୍ଗେସକର। କେବଳ ଲତା ମଙ୍ଗେସକର ନୁହନ୍ତି; ଆଶା ମଧ୍ୟ ତାଙ୍କ ସପକ୍ଷରେ ଠିଆ ହୋଇଥିଲେ। ଏପରିକି ଲତା ଘୋଷଣା କରିଥିଲେ ଯେ, ଯଦି ଫ୍ଲାଏ ଓଭର୍ ପ୍ରୋଜେକ୍ଟ ବନ୍ଦ କରା ନଯାଏ ତା’ହେଲେ ସେ ସବୁଦିନ ଲାଗି ମୁମ୍ବାଇ ଛାଡ଼ି ଚାଲିଯିବେ। ଆଶା ମଧ୍ୟ ଅନୁରୂପ ଘୋଷଣା କରିଥିଲେ। ପରିଶେଷରେ ଏମିତି ହୋଇଥିଲା ସ୍ଥାନୀୟ ପ୍ରଶାସନକୁ ଫ୍ଲାଏଓଭର ପ୍ରୋଜେକ୍ଟ ବାତିଲ କରିବା ପାଇଁ ପଡ଼ିଥିଲା।
ମୁମ୍ବାଇ ଛାଡ଼ି ଦେଇଥାନ୍ତେ ଲତା!
/sambad/media/post_attachments/wp-content/uploads/2020/09/lata-newsheads.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)