ଏପ୍ରିଲ ୩୦ରେ ରିଷି କପୁରଙ୍କ ଦେହାନ୍ତ ହେବା ସିନେଜଗତରେ ଶୋକ ଖେଳାଇ ଦେଇଥିବା ବେଳେ ଏହି ଅଭିନେତାଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର ‘ଶର୍ମାଜୀ ନମକିନ୍‌’କୁ ଚଳିତ ବର୍ଷ ମୁକ୍ତିଲାଭ କରାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଯୋଜକ ରିତେଶ ସିଧୱାନୀ ଓ ଫରାହାନ ଅଖତାର। ଶର୍ମାଜୀ ନମକିନ୍‌ରେ ରିଷି‌ ମୁଖ୍ୟ ଚରିତ୍ରରେ ଥିବା ବେଳେ ତାଙ୍କ ସହ ଜୁହି ଚାୱଲା ଅଭିନୟ କରିଛନ୍ତି। ଅଳ୍ପ କିଛି ଦିନର ସୁଟିଂ ବ୍ୟତୀତ ଫିଲ୍ମଟି ମୋଟାମୋଟି ଭାବେ ଶେଷ ହୋଇସାରିଛି। ପ୍ରଡକ୍ସନ୍‌ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚଳଚ୍ଚିତ୍ରର ପ୍ରମୁଖ ଅଂଶ ସୁଟିଂ ସରିଯାଇଛି। ଆଉ ଅଳ୍ପ କିଛି ବାକି ଅଛି। ଏହାକୁ ତୁରନ୍ତ ଥିଏଟର୍‌ରେ ମୁକ୍ତିଲାଭ କରାଇବା ପାଇଁ ଖସଡ଼ା ପ୍ରସ୍ତୁତି ଚାଲିଛି।