ଦୀପିକାଙ୍କ ‘ଛପାକ୍‌’ ସିନେମାରେ ହୋଇଥିବା ଭୁଲକୁ ଏପରି ସୁଧାରିଲେ ଅଦାଲତ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍‌ଙ୍କ ବିବାଦୀୟ ହୋଇପଡ଼ିଥିବା ଚଳଚ୍ଚିତ୍ର ‘ଛପାକ୍‌’ର  ରିଲିଜ ଲାଗି ପଟିୟାଲା ହାଉସ୍‌ କୋର୍ଟ ସବୁଜ ସଙ୍କେତ ଦେବା ସହିତ ଏହାର  ନିର୍ମାତାଙ୍କୁ ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଶ୍ରେୟ ଦେବା ପାଇଁ କହିଛନ୍ତି। ସିନେମା ଆସନ୍ତାକାଲି ଅର୍ଥାତ ଜାନୁଆରି ୧୦ ତାରିଖରେ ରିଲିଜ ହେବ। ଏହାପୂର୍ବରୁ ‘ଛପାକ୍‌’ର ରିଲିଜକୁ ଅଟକାଇବା ପାଇଁ ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଓକିଲ କରିଥିବା ଆବେଦନ ଉପରେ ପଟିୟାଲା ହାଉସ୍‌ କୋର୍ଟ ଆଦେଶକୁ ସଂରକ୍ଷିତ ରଖିଥିଲେ।

Image result for laxmi-agarwal-lawyer-files-petition-
Navodaya Times

ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଅଦାଲତରେ ଆବେଦନ କରି କହିଥିଲେ, ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ମାମଲାକୁ ନେଇ ଅଦାଲତରେ ଅନେକ ବର୍ଷ ଧରି ପ୍ରତିନିଧିତ୍ୱ କରିବା ସହିତ ସିନେମା ନିର୍ମାଣରେ ସେ ବହୁତ ସାହାଯ୍ୟ କରିଥିଲେ। ଏହା ସତ୍ତ୍ୱେ ବି ତାଙ୍କୁ କୌଣସି ଶ୍ରେୟ ମିଳି ନାହିଁ। ନିର୍ଦ୍ଦେଶକ କହିଥିଲେ ରିଲିଜ ସମୟରେ ସେମାନେ ତାଙ୍କୁ ଶ୍ରେୟ ଦେବେ। କିନ୍ତୁ ଜାନୁଆରି ୭ ତାରିଖରେ ଅନୁଷ୍ଠିତ ପ୍ରିମିୟରରେ ତାଙ୍କର ନାମ କୌଣସି ସ୍ଥାନରେ ବି ନଥିଲା। ସିନେ-ନିର୍ମାତାଙ୍କୁ ସିନେମା କାହାଣୀ ଲେଖିବାଠାରୁ ତାହାର ସୁଟିଂରେ ସେ ବହୁତ ସାହାଯ୍ୟ କରିଥିଲେ। ଏପରି କ୍ଷେତ୍ରରେ ତାଙ୍କୁ କୌଣସି ବି ଶ୍ରେୟ  ନମିଳିବାରୁ ଶେଷରେ ସେ କୋର୍ଟଙ୍କ ଦାରସ୍ଥ ହୋଇଥିଲେ।

୨୦୦୫ ମସିହାରେ ୧୫ବର୍ଷୀୟା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନଦିମ୍‌ ଖାନ୍‌ ନାମକ ଜଣେ ବ୍ୟକ୍ତି ଏସିଡ୍‌ ଆକ୍ରମଣ କରିଥିଲେ। ଏହା ପରେ ତାଙ୍କ ସହିତ କ’ଣ ଘଟିଥିଲା ତାହାକୁ ନେଇ ସିନେମା ‘ଛପାକ୍‌’ ନିର୍ମିତ ହୋଇଛି। ଏଥିରେ ଦର୍ଶକ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ୍‌ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି, ତାହା ଦେଖିବାକୁ ପାଇବେ।

Image result for laxmi-agarwal-lawyer-files-petition-
News Nation

‘ଛପାକ୍‌’ରେ ଦୀପିକା ପାଦୁକୋନ୍‌ ଲକ୍ଷ୍ମୀଙ୍କ ଭୂମିକା ନିଭାଉଥିବା ବେଳେ ତାଙ୍କ ବିପକ୍ଷରେ ବିକ୍ରାନ୍ତ ମାସେ ଅଛନ୍ତି।

ସମ୍ବନ୍ଧିତ ଖବର