ଫିଲ୍ମ ହଲ ବଦଳରେ ଡିଜିଟାଲରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

ମୁମ୍ବାଇ: ଇଦ୍ ୨୦୨୦ ରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ‘ଲକ୍ଷ୍ମୀ ବମ୍’ ବର୍ତ୍ତମାନ ଡିଜିଟାଲରେ ମୁକ୍ତିଲାଭ କରିବ। ଲକଡାଉନ୍ ହେତୁ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିନଥିଲା। ବର୍ତ୍ତମାନ ଫିଲ୍ମ ନିର୍ମାତାମାନେ ଫିଲ୍ମକୁ ଡିଜିଟାଲ୍ ରିଲିଜ୍ କରିବାକୁ ଯାଉଛନ୍ତି। ଖବର ପ୍ରକାଶ ପାଇଛି ଯେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ ହଟଷ୍ଟାରରେ ଡିଜିଟାଲ୍ ମୁକ୍ତିଲାଭ କରିବ। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଡିଜିଟାଲ ରିଲିଜ୍ ରାଇଟ୍ସ ବହୁ ପରିମାଣରେ ବିକ୍ରି ହୋଇଛି।

ଜଣେ ସିନେ କ୍ରିଟିକ କହିଛନ୍ତି ଯେ ‘ଏହା ସତ୍ୟ ଯେ ଫିଲ୍ମ ବର୍ତ୍ତମାନ ହଟଷ୍ଟାରରେ ପ୍ରିମିୟର ହେବ। ଯଦିଓ ଆରମ୍ଭରେ ସାମାନ୍ୟ ମତଭେଦ ହୋଇଥିଲା, ଏବେ ସମସ୍ତେ ପ୍ରସ୍ତୁତ ଅଛନ୍ତି | ଏହି ଚଳଚ୍ଚିତ୍ର ବାସ୍ତବରେ ଅନଲାଇନରେ ମୁକ୍ତିଲାଭ କରିବ।

‘ଲକ୍ଷ୍ମୀ ବମ୍’ ଫିଲ୍ମ ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି। ଡିଜିଟାଲ୍ ମୂଲ୍ୟକୁ ଦୃଷ୍ଟିରେ ରଖି କହିବାକୁ ଗଲେ ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ରୋଜଗାର କରିବାର ସମ୍ଭାବନା ଥିଲା | ତେଣୁ ପ୍ରଯୋଜନା କମ୍ପାନୀ ରୋଜଗାର କରୁଥିବା ମୋଟ ରାଜସ୍ୱ ବହୁତ କମ୍ ଅଟେ। ଲକଡାଉନ ହେତୁ ପ୍ରେକ୍ଷାଳୟରେ କୌଣସି ବଲିଉଡ ଫିଲ୍ମ ରିଲିଜ୍ ହେଉନାହିଁ। ତେବେ ବର୍ତ୍ତମାନ ଫିଲ୍ମକୁ ଡିଜିଟାଲ ରିଲିଜ ପାଇଁ ପ୍ରଯୋଜନା କମ୍ପାନୀ ରାଜି ହୋଇଛି |

ସମ୍ବନ୍ଧିତ ଖବର