କଙ୍ଗନାଙ୍କୁ ଶିଖ୍‌ ସଂଗଠନର ଲିଗାଲ୍‌ ନୋଟିସ୍‌

କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ଟ୍ବିଟ୍‌ କରିବା ପରେ କଙ୍ଗନା ରଣାୱତଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ଏନେଇ ଦିଲ୍ଲୀ ଶିଖ୍‌ ଗୁରୁଦ୍ବାରା କମିଟି ତାଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଉଲ୍ଲେଖ କରିଛି। କଙ୍ଗନା ଜଣେ ବୃଦ୍ଧାଙ୍କୁ ସାହିନବାଗର ୱିଲ୍‌କିସ ବାନୋ କହି ଟ୍ବିଟ୍‌ କରିବାରୁ ଏହାକୁ ନେଇ ବିବାଦ ଉପୁଜିଥିଲା। ପରବର୍ତୀ ସମୟରେ କଙ୍ଗନା ଏହି ଟ୍ବିଟ୍‌କୁ ହଟାଇ ଦେଇଥିଲେ। ମାତ୍ର ପଞ୍ଜାବୀ ଅଭିନେତା ଓ କଣ୍ଠଶିଳ୍ପୀଙ୍କ ସମେତ ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ଶିଖ୍‌ ଧାର୍ମିକ ସଂଗଠନ ପକ୍ଷରୁ ଲିଗାଲ୍‌ ନୋଟିସ୍ ପାଇବା ପରେ କଙ୍ଗନାଙ୍କ ଚିନ୍ତା ବଢ଼ି ଯାଇଛି।

ସମ୍ବନ୍ଧିତ ଖବର