ପ୍ରିୟଙ୍କା ଚୋପ୍ରାଙ୍କ ଲେହେଙ୍ଗାରେ ଲେଖାଥିଲା ଏହି ତିନିଜଣଙ୍କ ନାଆଁ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ୍‌ ଜୋନସ ଦୁଇଟି ଭିନ୍ନ ଭିନ୍ନ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କର ବାହାଘର ଖୁବ୍‌ ଧୂମଧାମରେ ହୋଇଛି।
ପ୍ରିୟଙ୍କା ଚୋପ୍ରା ଖ୍ରୀଷ୍ଟିଆନ୍‌ ରୀତିନୀତିରେ ଯେତେବେଳେ ବାହା ହୋଇଥିଲେ,ସେତେବେଳେ ତାଙ୍କ ଦେହରେ ଥିଲା ଏକ ଧଳା ରଙ୍ଗର ଗାଉନ୍‌। କିନ୍ତୁ ହିନ୍ଦୁ ରୀତିରେ ଯେତେବେଳେ ସେ ବାହା ହୋଇଥିଲେ,ସେତେବେଳେ ଲାଲ ରଙ୍ଗର ପୋଷାକ ପିନ୍ଧିଥିଲେ। ହିନ୍ଦୁ ରୀତିରେ ବିବାହ ବେଳେ ପ୍ରିୟଙ୍କା ଚୋପ୍ରା ପ୍ରଖ୍ୟାତ ଡିଜାଇନର୍‌ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଲାଲ୍‌ ଲେହେଙ୍ଗା ପିନ୍ଧିଥିଲେ। ପ୍ରିୟଙ୍କାଙ୍କର ଏଇ ଲେହେଙ୍ଗା ତିଆରି ଲାଗି ପ୍ରାୟ ନଅ ମାସ ସମୟ ଲାଗିଥିଲା ବୋଲି କୁହାଯାଉଛି। ଏବେ ଆସନ୍ତୁ ଜାଣିବା କାହିଁକି ଏତେ ଦିନ ସମୟ ଲାଗିଥିଲା। ଏହି ଲେହେଙ୍ଗାରେ କେତେ ଖାସ୍‌ କଥା ଅଛି,ଯାହା ଆପଣ ଜାଣିଲେ ବିସ୍ମିତ ହେବେ।


ପ୍ରିୟଙ୍କା ଚୋପ୍ରାଙ୍କର ଏହି ଲେହେଙ୍ଗା ପ୍ରସ୍ତୁତିରେ ୧୧୦ ଜଣ କାରିଗର ଲାଗିଥିଲେ। ସେଥିରେ ତିନି ଜଣ ସ୍ୱତନ୍ତ୍ର ଲୋକଙ୍କ ନାଆଁ ମଧ୍ୟ ଲେଖା ହୋଇଥିଲା। ସେମାନଙ୍କ ନାଆଁ ହିନ୍ଦୀରେ ଲେଖା ହୋଇଥିଲା। ସେହି ତିନି ଜଣ ହେଲେ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ ଜୋନ୍‌ସ,ବାପା ଡ଼ ଅଶୋକ ଚୋପ୍ରା ଓ ମାଆ ମଧୁ ଚୋପ୍ରା। ଏହି ନାଆଁ ପ୍ରିୟଙ୍କାଙ୍କ ଓ୍ଵଷ୍ଟ ବେଲ୍‌ଟ ଉପରେ ଡିଜାଇନ୍‌ କରାଯାଇଥିଲା। ସେଗୁଡିକ ସୁନେଲି ରଙ୍ଗର ଥିଲା।

ସମ୍ବନ୍ଧିତ ଖବର