ରିଲିଜ୍‌ ହେବ ‘ଲିବାସ୍‌’

ପ୍ରଖ୍ୟାତ ନିର୍ଦ୍ଦେଶକ ଗୁଲଜାରଙ୍କ ଏକ ସିନେମା ‘ଲିବାସ୍‌’ ପ୍ରାୟ ୨୯ ବର୍ଷହେବ ରିଲିଜ୍‌ ହୋଇପାରୁନାହିଁ। ଏଥିରେ ଯେଉଁ ପ୍ରସଙ୍ଗ ଥିଲା ତାହା ବିବଦମାନ । ଏଣୁ ଏହା ରିଲିଜ୍‌ ହୋଇପାରିନଥିଲା। ହେଲେ ଏବେ ଜଣାପଡ଼ିଛି ଯେ‘ଲିବାସ୍‌’ ଚଳିତ ବର୍ଷ ମୁକ୍ତିଲାଭ କରିବ। ଏହି ସିନେମାରେ ନସିରୁଦ୍ଦିନ୍‌ ଶାହା,ଶବାନା ଆଜମୀ,ଉତ୍ପଲ ଦତ୍ତ ଏବଂ ସୁଷମା ସେଠ୍‌ ପ୍ରମୁଖ ଅଭିନୟ କରିଛନ୍ତି। ଏହାର କଥାବସ୍ତୁ ଜଣେ ମଞ୍ଚ ନିର୍ଦ୍ଦେଶକ ଏବଂ ତାଙ୍କ ପତ୍ନୀଙ୍କ ଉପରେ ଆଧାରିତ। ଆର୍‌ ଡି ବର୍ମନ୍‌ ଏହାର ସଙ୍ଗୀତକାର।

ସମ୍ବନ୍ଧିତ ଖବର