ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟାନ ଖାନ୍‌ଙ୍କର ନିକଟରେ ସୋସିଆଲ୍‌ ମିଡିଆରେ ଏକ ଫଟୋ ପୋ‌ଷ୍ଟ୍‌ ହେବା ପରେ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଡ୍ୟାସିଂ ଲୁକ୍‌କୁ ନେଇ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ପ୍ରଶଂସା କରିଥିବା ବେଳେ ଆଉକେହି କେହି ତାଙ୍କୁ ଅଭିନେତା ନବନାଇବାକୁ ପରାମର୍ଶ ଦେଇଛନ୍ତି।

Advertisment

ଆର୍ଯ୍ୟାନଙ୍କ ଫଟୋଟିକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି ତାଙ୍କ ମାଆ ଗୌରୀ ଖାନ୍‌। ସେ ଫଟୋଟିକୁ ପୋଷ୍ଟ୍‌ କରି ସେଥିରେ ‘ମାଇ ବୟ’ ବୋଲି ଲେଖିଛନ୍ତି। ଗୌରୀ ପୋଷ୍ଟ୍‌ କରିଥିବା ଫଟୋରେ କମେଣ୍ଟ୍‌ ଦେଇଛନ୍ତି ବାପା ଶାହାରୁଖ। ସେ ତାଙ୍କର ୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ‘ମେ ୟୁ ନା’ ଚଳଚ୍ଚିତ୍ରର ଏକ ଫଟୋକୁ କମେଣ୍ଟ୍‌ ସେକ୍ସନରେ ଦେଇ ‘ମୋ ପୁଅ ମୋ ଉପରେ ଯାଇଛି’ ବୋଲି ଲେଖିଛନ୍ତି।

ଯେଉଁ ଫଟୋଟି ଗୌରୀ ପୋ‌ଷ୍ଟ୍‌ କରିଛନ୍ତି ଶାହାରୁଖ ନିଜର ଅବିକଳ ସେହିପରି ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଶାହାରୁଖ ‘ମେ ୟୁ ନା’ ଚଳଚ୍ଚିତ୍ରରେ ଯେଉଁ ପୋଜ୍‌ ଦେଇଥିଲେ ଗୌରୀ ପୋଷ୍ଟ୍‌ କରିଥିବା ଫଟୋରେ ଆର୍ଯ୍ୟାନ ବି ସେହିଭଳି ପୋଜ୍‌ ଦେଇଛନ୍ତି। ଫଟୋଟିକୁ ଦେଖିଲେ ଯେ କେହି ବି ଭାବିପାରନ୍ତି ଯେ ବାପା ଶାହାରୁଖଙ୍କ ଶୈଳୀକୁ ଆର୍ଯ୍ୟାନ ଅନୁକରଣ କରି ଫଟୋ ପୋଜ୍‌ ଦେଇଛନ୍ତି।