ମ୍ୟାନେଜରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଲେ ବିଦେଶୀ କଣ୍ଠଶିଳ୍ପୀ: ନିଶାରେ ଥିବା ବେଳେ ହୋଟେଲ ରୁମ୍‌ରେ ଦୁଷ୍କର୍ମ ଉଦ୍ୟମ କରିଥିଲେ

ନୂଆଦିଲ୍ଲୀ : ସାରା ବିଶ୍ୱରେ ନିଜ ସଙ୍ଗୀତ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା କଣ୍ଠଶିଳ୍ପୀ ଲିଲି ଏଲେନ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣେ ମ୍ୟାନେଜର ତାଙ୍କ ସହ କରିଥିବା ଯୌନ ଶୋଷଣ ବିଷୟରେ ସେ ଖୋଲି କହିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ କହିବା ଅନୁଯାୟୀ, ଏକ ପାର୍ଟିରେ ମୁଁ ଅଧିକ ମଦ ପିଇଥିବାରୁ ବେହୋସ ହୋଇ ଯାଇଥିଲି । ଯାହାର ଫାଇଦା ଉଠାଇ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣେ ମ୍ୟାନେଜର ମୋତେ ରୁମ୍‌କୁ ନେଇ ଯାଇଥିଲେ । ମୋର ହୋସ ଆସିବା ପରେ ତାଙ୍କ ହାତ ମୋ ଶରୀର ଉପରେ ଥିବା ସହ ମୁଁ ପୂରା ନଗ୍ନ ଥିଲି। ସେ ମୋ ସହ ଜବରଦସ୍ତି କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ମୁଁ ତାଙ୍କୁ ଠେଲି ସେଠାରୁ ପୋଷାକ ପିନ୍ଧି ଚାଲି ଆସିଥିଲି ।

Sky News

ଏହି ଘଟଣା ପରେ ମୁଁ ନିଜକୁ ଦୋଷୀ ମାନିବା ସହ ଅଭିଯୁକ୍ତ ବିରୋଧରେ ଏତଲା ଦେଇ ନ ଥିଲି । ଯେଉଁଥି ପାଇଁ ଆଜି ମୁଁ ଆଜି ଅନୁତାପ କରୁଛି ବୋଲି ସେ କହିଛନ୍ତି । ନିଜ ବହି ‘ମାଇଁ ଥଟ୍‌ସ ଏଗ୍‌ଜାଟ୍‌ଲି’ରେ ସେ ନିଜ ସହ ହୋଇଥିବା ଯୌନ ଶୋଷଣର ଖୁଲାସା କରିବା ସହ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ସହ ହେଉଥିବା ଅତ୍ୟାଚାର ବିଷୟରେ ଲେଖିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର