ମନୋରଂଜନ ଚ୍ୟାନେଲ୍ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁଥିବା ମେଗା ଧାରାବାହିକ ‘ରକ୍ତ ସମ୍ପର୍କ’ ଜରିଆରେ ପୁଣିଥରେ ଟିଭି ପରଦାକୁ ଫେରୁଛନ୍ତି ଲିପି। ଓଡ଼ିଆ ଆଲବମ୍, ଧାରାବାହିକ ଓ ସିନେମାର ଜଣାଶୁଣା ନାୟିକା ଲିପିଙ୍କ ବିପକ୍ଷର ନାୟକ ସାଜିଛନ୍ତି ଚଳଚ୍ଚିତ୍ର ଅଭିନେତା ଅଭିନେତା ପାର୍ଥ। ଏ ଦୁହିଁଙ୍କ ବ୍ୟତୀତ ‘ରକ୍ତ ସମ୍ପର୍କ’ ଧାରାବାହିକରେ ଅନେକ ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିବ।
ଏହି ଧାରାବାହିକରେ ଲିପିଙ୍କ ପ୍ରଥମ ଲୁକ୍ ଦର୍ଶକଙ୍କ ପସନ୍ଦ ହେଇଛି। ନିକଟରେ ଲିପି ମଞ୍ଜରୀର ଫେସ୍ବୁକ୍ ଲାଇଭ୍ ଜରିଆରେ ନିଜର ପ୍ରଶଂସକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ମଧ୍ୟ ଲିପି ଲୋକପ୍ରିୟ। ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଫଲୋଅର୍ସ କିଛି କମ୍ ନାହାନ୍ତି। ଲିପି ନିଜର ୟୁ-ଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଦର୍ଶକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଜୁଲାଇରେ ଧାରାବାହିକ ‘ରକ୍ତ ସମ୍ପର୍କ’ ‘ମଞ୍ଜରୀ’ ଚ୍ୟାନେଲ୍ରେ ପ୍ରସାରିତ ହେବ। ଏହା ପୂର୍ବରୁ ଟେଲି ଧାରାବାହିକ ‘ତାରା ତାରିଣୀ’ରେ ଅଭିନୟ କରି ଲିପି ଲୋକପ୍ରିୟତା ଅର୍ଜନ କରିଛନ୍ତି।