ପୁଣି ଏହି ଲୋକପ୍ରିୟ ନିର୍ଦେଶକଙ୍କ ସିନେମାରେ ଲିପସା

ଭୁବନେଶ୍ବର: ଲୋକପ୍ରିୟ ନିର୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦେଶିତ ଫିଲ୍ମ ‘ଜୋକର୍’ ଜରିଆରେ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ଜଣାଶୁଣା ନାୟିକା ଲିପସା ମିଶ୍ର। ଏଥିରେ ପପୁ ପମପମ ଥିଲେ ନାୟକ ଭୂମିକାରେ। ହେଲେ‘ଜୋକର୍’ ଏଯାଏଁ ମୁକ୍ତିଲାଭ କରିନାହିଁ।

ତେବେ ପୁଣି ତାଙ୍କୁ ନିର୍ଦେଶକ ସଞ୍ଜୟ ନାୟକଙ୍କ ସହ କାମ କରିବାର ସୁଯୋଗ ମିଳିଛି। ଓଲିଉଡର ଜଣାଶୁଣା ନାୟିକା ଲିପସାଙ୍କର ଏବେ କେତେକ ନୂଆ ଓଡ଼ିଆ ସିନେମାର ନିର୍ମାଣାଧୀନ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ଲେଖା ହେବ ଲଭ୍ ଷ୍ଟୋରି’। ଏଥିରେ ଦେବରାଜଙ୍କର ନାୟିକା ଭୂମିକାରେ ଅଛନ୍ତି ଜଣାଶୁଣା ଅଭିନେତ୍ରୀ ଲିପସା ମିଶ୍ର। ପ୍ରଖ୍ୟାତ ନିର୍ଦେଶକ ସଞ୍ଜୟ ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦେଶକ। ଏଥିରେ ଦେବରାଜ- ଲିପସାଙ୍କର ରୋମାଣ୍ଟକ୍ ଅନ୍ଦାଜ୍ ଦର୍ଶକଙ୍କୁ ଆମୋଦିତ କରିବ ବୋଲି କୁହାଯାଉଛି।


ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍ (ଇଏମ୍ଇ) ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ‘ତୁ ଭାରି ବିଉଟିଫୁଲ୍’ରେ ପ୍ରଥମ ଥରପାଇଁ ନାୟକ ଜ୍ୟୋତିଙ୍କ ସହ ନାୟିକା ଲିପସା କାମ କରୁଛନ୍ତି । ସଞ୍ଜୟ ନାୟକ ଏହାର ନିର୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ଏକ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ‘ତୁ ଭାରି ବିଉଟିଫୁଲ୍’ ଜ୍ୟୋତି, ଲିପ୍ସା ଓ ଅର୍ଚ୍ଚିତା ମହାନ୍ତିଙ୍କ ଛଡ଼ା କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା ଓ ସୁରେଶ ବଳ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର