୬ ଘଣ୍ଟା ଧରି ୮୦ କଣ୍ଠଶିଳ୍ପୀଙ୍କ ଲାଇଭ୍‌ କନ୍‌ସର୍ଟ

ଦିଗ୍‌ଗଜ୍‌ ଅଭିନେତା କମଲ ହାସନ୍‌ଙ୍କ ସହ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏ.ଆର୍‌ ରହେମାନ୍‌, ଶ୍ରୀନିବାସ ଓ ସୁଜାତାଙ୍କ ସହ ପ୍ରାୟ ୮୦ଜଣ କଣ୍ଠଶିଳ୍ପୀ ଏକ ଅନ୍‌ଲାଇନ୍‌ କନ୍‌ସର୍ଟ ‘ଓରୁ କୁରାଲାଇ’ ପାଇଁ ଏକାଠି ହୋଇଛନ୍ତି। ଏହି କନ୍‌ସର୍ଟ ଆଜି ଅର୍ଥାତ୍‌ ୧୨ ସେପ୍ଟେମ୍ବର ସଂଧ୍ୟା ୬ଟାରୁ ୬ ଘଣ୍ଟା ଧରି ଫେସ୍‌ବୁକ୍‌ରେ ସିଧା ‌ପ୍ରସାରଣ ହେବ। ଏହି କନ୍‌ସର୍ଟ ପଛର ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଏହା ଜରିଆରେ କିଛି ଟଙ୍କା ଏକାଠି କରିବା ଓ କରୋନା ଭୂତାଣୁ ଯୋଗୁଁ ଜୀବିକା ହରାଇଥିବା କଳାକାରଙ୍କୁ ସହଯୋଗ କରିବା। କଣ୍ଠଶିଳ୍ପୀ ଶ୍ରୀନିବାସଙ୍କ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁନିଇଟେଡ୍‌ ସିଙ୍ଗର୍‌ସ୍‌ ଚାରିଟେବୁଲ ଟ୍ରଷ୍ଟ୍‌ ଓ ଏକ ଇଭେଣ୍ଟ ତଥା ଟ୍ୟା‌ଲେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନି ମିଶି ୮୦ କଣ୍ଠଶିଳ୍ପୀଙ୍କୁ ଏକାଠି କରି ଏହି କନ୍‌ସର୍ଟର ଆୟୋଜନ କରିଛନ୍ତି।

ସମ୍ବନ୍ଧିତ ଖବର