ରିୟଲିଟି ସୋ’ ‘ଲକ୍‌ ଅପ୍‌’ : କ୍ୟାମେରା ସାମ୍ନାରେ ଏହି କାମ କରିବି ବୋଲି କହିବା ପରେ ପୁନମ୍ ପାଣ୍ଡେଙ୍କୁ ମିଳିଲା ସର୍ବାଧିକ ଭୋଟ୍‌

ମୁମ୍ବାଇ:  ରିୟଲିଟି ସୋ ‘ଲକ୍‌ ଅପ୍‌’ର  ସବୁଠାରୁ ଲୋକପ୍ରିୟ ଓ ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ନିଜର ଏକ କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୁନମ ପାଣ୍ଡେ ଚାର୍ଜସିଟ୍‌ରେ ଆସିବା ପରେ ସେ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ‌ଯେ ଯଦି ସେ ବେଶି ଭୋଟ୍‌ରେ ଜିତନ୍ତି ତେବେ ଦର୍ଶକଙ୍କ ପାଇଁ ଟପ୍‌ଲେସ୍‌(ଟି-ସାର୍ଟ ଖୋଲିବା) ହୋଇଯିବେ। ସେ ବେଶି ଭୋଟ୍‌ ପାଇଲେ କ୍ୟାମେରା ସମ୍ମୁଖରେ ଟି-ସାର୍ଟ ଓହ୍ଲାଇ ଦେବାକୁ ପ୍ରତିଶ୍ରୁତି  ଦେବାପରେ ତାଙ୍କୁ ବି ପ୍ରବଳ ମାତ୍ରାରେ ଭୋଟ୍‌ ମିଳିଥିଲା। ପୁନମଙ୍କ ଏହି କଥାରେ କେବଳ ଦର୍ଶକ ନୁହଁନ୍ତି, ବରଂ ‘ଲକ୍‌ ଅପ୍‌’ର ଅନ୍ୟ କଏଦୀ ବି ଆଶ୍ଚର୍ଯ୍ୟ ହୋଇଗଲେ।

ଖ‌ାସ୍‌ କଥା ହେଉଛି, ପୁନମ୍‌ ଏପରି ଏକ ଅଜବ ପ୍ରତିଶ୍ରୁତି ଦେବା ପରେ ଏ ସପ୍ତାହରେ ତାଙ୍କୁ ଅନେକ ମାତ୍ରାରେ ଭୋଟ୍‌ ମିଳିଛି। କଙ୍ଗନା ରାଣାୱତ ଯେତେବେଳେ ଘୋଷଣା କଲେ କି ପୁନମ୍‌ ଏ ସପ୍ତାହରେ ସବୁଠାରୁ ଅଧିକ ଭୋଟ୍‌ ପାଇଛନ୍ତି ତାହା ଶୁଣି ପାଏଲ ରୋହତଗି ଖୁବ୍ ରାଗି ଯାଇଛନ୍ତି। କାରଣ ପାଏଲଙ୍କୁ ସବୁଠାରୁ କମ୍‌ ଭୋଟ୍‌ ମିଳିଛି।

ପୁନମ ଗତ ସପ୍ତାହରେ କହିଥିଲେ ଯେ, ‘ହେଲୋ, ଯିଏ ବି ଶୁଣିପାରୁଛ ଚାର୍ଜସିଟ୍‌ରୁ ମୋତେ ବଞ୍ଚାଅ। ମୁଁ ଭଗବାନଙ୍କ ରାଣ ଖାଉଛି। ମୁଁ ଲୋକଙ୍କୁ ଏକ ମସ୍ତ ସର୍‌ପ୍ରାଇଜ୍‌ ଦେବି। କ୍ୟାମେରା ସାମ୍ନାରେ ଦେବି ଆଉ ଷ୍ଟାଇଲ୍‌ରେ ଦେବି। ଆପଣମାନେ ମୋତେ ଭୋଟ୍‌ ଦେଇ ବଞ୍ଚାନ୍ତୁ, ପୁଣି ଦେଖନ୍ତୁ ଏ ଜେଲ୍‌ରେ କ’ଣ ହେଉଛି। ପୁନମଙ୍କର ଏହି କଥାକୁ ପ୍ରଶଂସକମାନେ ଖୁବ୍‌ ଭଲ ଭାବେ ବୁଝି ଯାଇଥିଲେ। ଆଉ ଭୋଟ୍ ଦେଇଥିଲେ।

ସମ୍ବନ୍ଧିତ ଖବର