ନୂଆଦିଲ୍ଲୀ: ମାଲାୟଲମ ଚଳଚ୍ଚିତ୍ର 'ଲୋକାହ ଚାପ୍ଟର ୧: ଚନ୍ଦ୍ରା'ରେ ବେଙ୍ଗାଲୁରୁର ମହିଳାଙ୍କୁ ଅପମାନିତ କରିଥିବା ଏକ ନିର୍ଦ୍ଦିଷ୍ଟ ସଂଳାପ ପାଇଁ ସମାଲୋଚନାର ପାତ୍ର ପାଲଟିଥିଲେ ‘ୱେଫେୟାର ଫିଲ୍ମସ’ର ପ୍ରଯୋଜକ ତଥା ମୁଖ୍ୟ ଦୁଲକର ସଲମାନ। କର୍ଣ୍ଣାଟକବାସୀଙ୍କ ତୀବ୍ର ସମାଲୋଚନା ପରେ ସେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି।
ପ୍ରଯୋଜନା ସଂସ୍ଥା ଦୁଃଖ ପ୍ରକାଶ କରିଛି ଏବଂ ଚଳଚ୍ଚିତ୍ରରୁ ସଂଳାପକୁ ହଟାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ମଙ୍ଗଳବାର ଦିନ ପ୍ରଯୋଜନା ସଂସ୍ଥା ଏକ ବିବୃତି ସେୟାର କରିଛି। ଯେଉଁଥିରେ ଲେଖାଯାଇଛି, "ଆମର ଦୃଷ୍ଟିକୁ ଆସିଛି ଯେ ଆମ ଚଳଚ୍ଚିତ୍ର ‘ଲୋକାହ: ଚାପ୍ଟର ୧’ର ଏକ ଚରିତ୍ର ଦ୍ୱାରା କୁହାଯାଇଥିବା ଏକ ସଂଳାପ ଅନିଚ୍ଛାକୃତ ଭାବରେ କର୍ଣ୍ଣାଟକର ଲୋକଙ୍କ ଭାବନାକୁ ଆଘାତ ଦେଇଛି।"
ସିନେମାରେ ଇନ୍ସପେକ୍ଟର ନାଚିୟପ୍ପା ଗୌଡା (କୋରିଓଗ୍ରାଫର ସାଣ୍ଡିଙ୍କ ଦ୍ବାରା ଅଭିନୀତ) କହିଛନ୍ତି ଯେ ସେ ବେଙ୍ଗାଲୁରୁର ମହିଳାଙ୍କୁ ବିବାହ କରିବାକୁ ଚାହାଁନ୍ତି ନାହିଁ, ସେମାନଙ୍କୁ ସେ "ଚରିତ୍ରହୀନ" ବୋଲି କହିଛନ୍ତି। ଯାହାକୁ ନେଇ ବେଙ୍ଗାଲୁରୁର ମହିଳାମାନେ ପ୍ରତିକ୍ରିୟାଶୀଳ ହୋଇ ପ୍ରତିବାଦ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/02/new-project-26-1-2025-09-02-19-37-42.jpg)