ମୁମ୍ବାଇ: ବଲିଉଡ଼୍ର ଜଣେ ପ୍ରତିଭାବାନ୍ ଅଭିନେତ୍ରୀ ହେଲେ ଅନୁଷ୍କା ଶର୍ମା। ସେ ଆଦିିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ରବ୍ନେ ବନାଦି ଯୋଡ଼ି’ ଜରିଆରେ ବଲିଉଡ଼୍ରେ ଏଣ୍ଟ୍ରି ନେଇଥିଲେ। ଏଥିରେ ସେ ଶାହରୁଖ୍ ଖାନ୍ଙ୍କ ଅପୋଜିଟ୍ରେ ନଜର ଆସିଥିଲେ। ପ୍ରଥମ ସିନେମାରେ ଅନୁଷ୍କା ଶର୍ମାଙ୍କର ଦୁଇଟି ଲୁକ୍ସ ସାମ୍ନାକୁ ଆସିଥିଲା।ଏଥିମଧ୍ୟରୁ ଗୋଟିଏ ହେଲା ଜଣେ ସାଧାରଣ ଯୁବତୀର ଓ ଅନ୍ୟଟି ଜଣେ ମଡର୍ଣ୍ଣ ଡ଼୍ୟାନସର୍ର।
ଏହାପରେ ଅନୁଷ୍କା ଶର୍ମା ନିଜର ଲୁକ୍ସ କୁ ନେଇ ଏକାଧିକ ଥର ପରୀକ୍ଷା ନିରୀକ୍ଷା କରିଛନ୍ତିି। ‘ଏନ୍ ଏଚ୍-୧୦’ ଓ ‘ପରୀ’ଆଦି ସିନେମାରେ ତାଙ୍କର ଲୁକ୍ ଏକଦମ୍ ଭିନ୍ନ।
ଏବେ ପୁଣି ଏକ ନୂଆ ଲୁକ୍ରେ ଆସିଛନ୍ତି ଅନୁଷ୍କା ଶର୍ମା । ହଁ ସେ ତାଙ୍କର ଚର୍ଚ୍ଚିତ ମୁଭି ‘ସୁଇ ଧାଗା’ରେ ଦେଖା ଦେଇଛନ୍ତି ଜଣେ ବୃଦ୍ଧା ଲୁକ୍ରେ ବି। ଏବେ ଅନୁଷ୍କାଙ୍କର ବୟସ ମାତ୍ର ୩୦ବର୍ଷ। ହେଲେ ଏହି ସିନେମାରେ ତାଙ୍କୁ ଦର୍ଶକ ଭେଟିଛନ୍ତି ଜଣେ ସତୁରି ବର୍ଷ ବୟସ୍କ ମହିଳା ଭୂମିକାରେ। ‘ସୁଇ ଧାଗା’ରେ ତାଙ୍କୁ ଜଣେ ଗ୍ରାମୀଣ ମହିଳା ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହି ଫିଲ୍ମରେ ନାୟକ ଭୂମିକାରେ ଅଛନ୍ତି ବଲିଉଡ଼୍ର ହାର୍ଟଥ୍ରୋବ୍ ବରୁଣ ଧଓ୍ଵନ୍।