ଇଏ କରିସ୍ମା କପୁର ନୁହଁନ୍ତି, କିଏ କହିଲେ?

ମୁମ୍ବାଇ: ୯୦ ଦଶକର ବଲିଉଡ ବାବଦରେ ଯେତେବେଳେ ଆଲୋଚନା ହୁଏ ସେତେବେଳେ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ନାମ ସାମ୍ନାକୁ ଆସିଥାଏ | ବିଶେଷ କରି ନିଜ ଅଭିନୟ ଓ ନୃତ୍ୟ ସେତେବେଳେ ସିନେପ୍ରେମୀଙ୍କ ମନ ଜିଣିଥିଲା | ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଏବେ ବି ସେମାନଙ୍କ ପାଇଁ ଜଣେ ସୁପରଷ୍ଟାର ହୋଇ ଅଛନ୍ତି | ତେବେ ଆଜି ଆମେ ଆପଣଙ୍କୁ କରିସ୍ମା କପୁରଙ୍କ ଏପରି ଜଣେ ପ୍ରଶଂସକଙ୍କ ବାବଦରେ କହିବୁ ଯାହାଙ୍କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |

ବାସ୍ତବରେ ସୋସିଆଲ ମିଡିଆରେ କରିସ୍ମା କପୁରଙ୍କ ଭଳି ଦେଖାଯାଉଥିବା ଜଣେ ଯୁବତୀଙ୍କ ଭିଡିଓ ଦେଖି ୟୁଜର୍ସ ଦ୍ୱନ୍ଦ୍ୱରେ ପଡୁଛନ୍ତି। ମିଳିଥିବା ସୂଚନା ମୁତାବକ ଇନଷ୍ଟାଗ୍ରାମରେ ହିନା ନାମକ ଏକ ଆକାଉଣ୍ଟରୁ ଅନେକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ, କରିସ୍ମା କପୁରଙ୍କ ସୁପରହିଟ୍ ଗୀତ ବାଜୁଛି ଏବଂ କରିସ୍ମାଙ୍କ ଭଳି ଦେଖାଯାଉଥିବା ଜଣେ ଯୁବତୀ ଅଭିନୟ କରୁଥିବାର ନଜର ଆସିଛନ୍ତି | ଏହି ଯୁବତୀ ଜଣକ ଏକଦମ କରିସ୍ମା କପୁରଙ୍କ ଭଳି ଦେଖାଯାଉଛନ୍ତି | କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀଙ୍କ ନାମ ହେଉଛି ହିନା ଏବଂ ଆପଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହିପରି ଅନେକ ଭିଡିଓ ପାଇବେ |

ସମ୍ବନ୍ଧିତ ଖବର