ବଲିଉଡ୍ର ଆକ୍ସନ ଷ୍ଟାର୍ ଟାଇଗର୍ ଶ୍ରଫ୍ଙ୍କ ସାର୍ଟଲେସ୍ ଫଟୋ ଦେଖି ଅଭିନେତ୍ରୀ ଦିଶା ପଟ୍ଟାନି ଦିୱାନୀ ହୋଇଯାଇଛନ୍ତି। ଅଭିନୟ ଜୀବନରୁ ନିଜ ପାଇଁ କିଛି ସମୟ ବାହାର କରି ସମୁଦ୍ରକୂଳରେ ଛୁଟି ମନାଉଥିବା ଟାଇଗର୍ଙ୍କ ଖୋଲା ଦେହ ସାଙ୍ଗକୁ ୬ ପ୍ୟାକ୍ ଚେହେରାକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି। କିଛି ଯୁବତୀ ଟାଇଗର୍ଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରିବା ସହିତ ତାଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଛି। ତେବେ ଟାଇଗର୍ଙ୍କ ଆଗାମୀ ଦୁଇ ବର୍ଷର ଚଳଚ୍ଚିତ୍ର ଦେଖିଲେ ସେ ‘ହିରୋପନ୍ତି-୨’, ‘ବାଗୀ-୪’, ‘ରାମ୍ବୋ’ ଓ ‘ଗଣପତ୍’ ପାଇଁ ଅଭିନୟରେ ବ୍ୟସ୍ତ ରହିବେ।
ଟାଇଗର୍ଙ୍କ ସାର୍ଟଲେସ୍ ଫଟୋ ଦେଖି ଦିଶା ଦିଵାନୀ
/sambad/media/post_attachments/wp-content/uploads/2021/04/parada-tiger.jpg)