ମୁମ୍ବାଇ: 'ଲଭ ହଷ୍ଟେଲ' ନାମକ ଫିଲ୍ମ ମାଧ୍ୟମରେ ପୁଣି ବଲିଉଡକୁ ଫେରୁଛନ୍ତି ଶାହରୁଖ ଖାନ | ଶାହରୁଖଙ୍କ କମ୍ପାନୀ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ଦୃଶ୍ୟମ ଫିଲ୍ମସ୍ ମିଳିତ ଭାବେ 'ଲଭ୍ ହଷ୍ଟେଲ' ନାମକ ଏକ ନୂଆ ଫିଲ୍ମ ନିର୍ମାଣ କରୁଛନ୍ତି | ଏଥିରେ ବିକ୍ରନ୍ତ ମେସି, ବବି ଦେଓଲ ଏବଂ ସାନିଆ ମାଲହୋତ୍ରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାର ଲେଖକ ତଥା ନିର୍ଦ୍ଦେଶନା ଭୂମିକା ଶଙ୍କର ରମଣ ତୁଲାଇବାକୁ ଥିବାବେଳେ ରେଡ୍ ଚିଲିଜ ଏଣ୍ଟରଟେନମେଣ୍ଟ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏବାବଦରେ ସୂଚନା ଦିଆଯାଇଛି ।
'ଲଭ୍ ହଷ୍ଟେଲ'ର କାହାଣୀ ଉତ୍ତର ଭାରତର ପୃଷ୍ଠଭୂମିରେ ବଢିଥିବା ଏକ ଯୁବ ଦମ୍ପତିଙ୍କ କାହାଣୀ ଉପରେ ଆଧାରିତ ହେବ | ଉଭୟ ନିଜ ଜୀବନର ସୁନ୍ଦର ଶେଷକୁ ଖୋଜୁଛନ୍ତି | ଏହି ସମୟରେ, ସେମାନେ ଅନେକ ପରିସ୍ଥିତି ଦେଇ ଗତି କରନ୍ତି | ଏହି ଚିତ୍ତାକର୍ଷକ କ୍ରାଇମ ଥ୍ରୀଲର ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ଜିତିଥିବା ଶଙ୍କର ରମଣ ନିର୍ଦ୍ଦେଶନା ଦେବେ। ଏହାପୂର୍ବରୁ ସେ 'ଗୁରୁଗାଓଁ'ର ନିର୍ଦ୍ଦେଶନା ଦେଇଛନ୍ତି।
We're excited to present our next film with @DrishyamFilms, #LoveHostel - a story about a spirited young couple on the run!
Starring @sanyamalhotra07, @masseysahib & @thedeol
Directed by @iamshankerraman. Produced by @gaurikhan, @ManMundra & @_GauravVerma@iamsrk@VenkyMysorepic.twitter.com/nXEAYGtlSk
— Red Chillies Entertainment (@RedChilliesEnt) October 29, 2020
'ଲଭ୍ ହଷ୍ଟେଲ'ର ପ୍ରଯୋଜନା ଭାର ଗୌରୀ ଖାନ, ମନୀଷ ମୁନ୍ଦ୍ର ଏବଂ ଗୌରବ ବର୍ମା ସମ୍ଭାଳିଥିବାବେଳେ ଏହାର ସୁଟିଂ ଆସନ୍ତାବର୍ଷ ଠାରୁ ଆରମ୍ଭ ହେବ। ଶାହାରୁଖ ଖାନ ଏହି ଫିଲ୍ମକୁ ନେଇ କହିଛନ୍ତି ଯେ ଏକ ବର୍ଷ ମଧ୍ୟରେ ଏହା ମୁକ୍ତିଲାଭ କରିବ। ସୂଚନା ଥାଉ କି ଶାହରୁଖଙ୍କୁ ଶେଷ ଥର ପାଇଁ ୨୦୧୮ ରେ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା ଏବଂ ସେବେଠାରୁ ଅଭିନେତା ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା କରିନାହାଁନ୍ତି।