‘ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆସୁଛି ପ୍ରେମ କାହାଣୀ ‘ଲଭ୍ ଇମ୍ପସିବଲ୍’। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲଭ୍ଲି ଓ ବବ୍ଲୀ। ଭାଲେଣ୍ଟାଇନ୍ସ ଡେ’ ଅବସରରେ ଓଟିଟି ମଞ୍ଚ ‘କଞ୍ଚାଲଙ୍କା’ରେ ଏହି ବାସ୍ତବଧର୍ମୀ ପ୍ରେମ କାହାଣୀ ପ୍ରଦର୍ଶିତ ହେବ। ଏହି ପ୍ରେମଭିତ୍ତିକ ଚଳଚ୍ଚିତ୍ରଟି ଯୁବବର୍ଗଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି। ଏଥିରେ ଲଭ୍ଲି ଓ ବବ୍ଲୀଙ୍କ ସହ ଅଭିନେତା ଅଙ୍କିତ୍ ଓ ସନ୍ଦୀପ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ।
କଞ୍ଚାଲଙ୍କା ଓଟିଟି ପ୍ଲାଟ୍ଫର୍ମରେ ଆଗରୁ ଅଭିନେତା ପପୁ ପମ୍ପମ୍ ଓ ଅଭିନେତ୍ରୀ ଅଙ୍କିତାଙ୍କ ‘ହ୍ୟାଲୋ ରାବଣ’, ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟାଙ୍କ ‘ହଉ ହଉ ହେଇଗଲାରେ’, ଅଭିନେତା ଲୋହିତାକ୍ଷ ଓ ଅଭିନେତ୍ରୀ ସୌମ୍ୟାଙ୍କ ‘୨ ଚକଲେଟ୍’, ଶ୍ରଦ୍ଧାଙ୍କ ‘ବ୍ରେକ ଅପ୍ ରୁଲ୍ସ’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରି ଲୋକାଦୃତ ହୋଇଛି।