ଭୁବନେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ମୁକ୍ତିଲାଭ ତାରିଖକୁ ଆସନ୍ତା ୧୩ ତାରିଖରୁ ଘୁଞ୍ଚାଇ ଦିଆଯାଇଛି। ଆଜି (ଶୁକ୍ରବାର) ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥା’ନ୍ତା। ସମସ୍ତଙ୍କୁ ବ୍ୟଥିତ କରିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କ୍ଷତ ଏବେ ବି ଲୋକଙ୍କ ମନରେ ତାଜା ଅଛି। ତେଣୁ ଏପରି ଏକ ଦୁଃଖଦ ସମୟରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ ନ କରାଇବା ପାଇଁ ପ୍ରଯୋଜନା ସଂସ୍ଥା ମନସ୍ଥ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି।
ତେବେ ଆସନ୍ତା ୧୩ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି କୁହାଯାଇଛି। ଏହାସହ ଆୟ ହେବାକୁ ଥିବା ଅର୍ଥର ଦଶ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ଓ ତାଙ୍କ ଚଳଚ୍ଚିତ୍ର ଟିମ୍ ସଦସ୍ୟ ସ୍ବପ୍ନା ପ୍ରୟଦର୍ଶିନୀ, ତାପସ ସରଗରିଆ, ଦେବାଶିଷ ପଣ୍ଡା ଓ ଅନ୍ୟମାନେ ମୃତାହତ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏହି ଅବସରରେ ଶୋକ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/love-in-london.jpg)
