ବଲିଉଡ୍‌ ଅଭିନେତ୍ରୀଙ୍କୁ ନିଜ ଦୁଃଖ ଜଣାଇଲେ ଦେହଜୀବୀ: ସ୍ୱାମୀ ଏବଂ ପିଲାମାନଙ୍କ ଆଗରେ ସବୁ କିଛି କରିବାକୁ ପଡ଼ିଥାଏ

ମୁମ୍ବାଇ: ଶୁକ୍ରବାର ରିଲିଜ୍‌ ହୋଇଛି ଫିଲ୍ମ ଲଭ୍‌ ସୋନିଆ । ଯେଉଁଥିରେ ଯୁବତୀମାନଙ୍କୁ ଅପହରଣ କରାଯାଇ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରାଯାଉ ଥିବାର ଦୃଶ୍ୟ ଦେଖା ଯାଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ମୃଣାଲ ଠାକୁର । ମୃଣାଲ ପ୍ରଥମେ ଧାରାବାହିକରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ବେଳେ ଏହା ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ବୋଲି ଜଣା ପଡ଼ିଛି । ତେବେ ଏହି ଫିଲ୍ମ କରିବା ପୂର୍ବରୁ ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ କୋଲକାତାରେ ଥିବା ସୋନାଗାଛି ଯାଇ ସେଠାରେ ଥିବା ଦେହଜୀବୀଙ୍କ ସହ ମିଶିଥିଲେ । ସେମାନଙ୍କ ଜୀବନ ଶୈଳୀକୁ ପାଖରୁ ଜାଣିବା ପାଇଁ ମୃଣାଳ ସେଠାକୁ ଯିବା ପରେ ସେମାନଙ୍କ ଜୀବନ ବଞ୍ଚିବାର ଶୈଳୀ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ।

ଜଣେ ଦେହଜୀବୀଙ୍କ ଠାରୁ, ଘରେ ଜାଗା ନଥିବାରୁ ସ୍ୱାମୀ ଏବଂ ପିଲାମାନଙ୍କ ସାମ୍ନାରେ ଅନ୍ୟ ପୁରୁଷ ସହ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼େ, ବୋଲି ଶୁଣିବା ପରେ ସେ ହତବାକ୍‌ ହୋଇ ଯାଇଥିଲେ । ଦିନକୁ ୩୦-୪୦ଜଣ ଗ୍ରାହକ ଆସୁଥିବା ବେଳେ ସେମାନେ ଦେଉଥିବା ଟଙ୍କା ବିଷୟରେ ଶୁଣି କିଛି ସମୟ ଚୁପ୍‌ ହୋଇ ଯାଇଥିଲେ ମୃଣାଲ । ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏହି ବିଷୟରେ କହିଥିବା ବେଳେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ଏହି ଫିଲ୍ମଟି ଶୁକ୍ରବାର ରିଲିଜ୍‌ ହୋଇଥିବା ବେଳେ ଫିଲ୍ମ ଦର୍ଶକ ଦେହଜୀବୀଙ୍କ ଜୀବନ ବିଷୟରେ ଭଲ ଭାବରେ ଦେଖିବାକୁ ପାଇବେ ।

ସମ୍ବନ୍ଧିତ ଖବର