ଭଜନ ସମ୍ରାଟ୍‌ଙ୍କ ପ୍ରେମ କାହାଣୀକୁ ନେଇ ସନ୍ଦେହ; ଅଲଗା ବିଛଣାରେ ଶୋଇଲେ ପ୍ରେମିକା ଜାସ୍‌ଲିନ୍‌

ମୁମ୍ବାଇ: ବିଗ୍‌ବସ୍‌ ସଜିନ୧୨ର ଏବେ ସବୁଠାରୁ ଚର୍ଚ୍ଚିତ କୁହନ୍ତୁ ବା ବିଚିତ୍ର ଯୋଡ଼ି କୁହନ୍ତି ସେ ହେଉଛନ୍ତି ୬୫ ବର୍ଷିଅ ଭଜନ ସମ୍ରାଟ ଅନୁପ ଜୋଲ୍‌ଟା ଏବଂ ତାଙ୍କଠାରୁ ୩୭ ବର୍ଷ ସାନ ତାଙ୍କ ଗାୟିକା ଓ ନର୍ତ୍ତକୀ ପ୍ରେମିକା ଜାସ୍‌ଲିନ୍‌ ମାଥାରୁ। ଏପରିକି ସେ ଦୁହେଁ ସଂପର୍କରେ ଅଛନ୍ତି ବୋଲି ଖୁଲାସା ହେବାର ପରଦିନ ହିଁ ଇଣ୍ଟର୍‌ନେଟ୍‌ରେ ସେ ଦୁହଁଙ୍କୁ ନେଇ ମେମେ ଦେଖିବାକୁ ମିଳିଥିଲା। କେହି କେହି ଅନୁପଙ୍କୁ ଭାଗ୍ୟବାନ୍‌ କହୁଥିବା ବେେ କେହି କେହି କୌଶଳୀ ବୋଲି ମତ ରଖିଥିଲେ। ସେହିପରି ସୁନ୍ଦରୀ ଜସ୍‌ଲିନଙ୍କୁ ବି ନିଜର ପୌଢ଼ ପ୍ରେମିକଙ୍କ ପାଇଁ ଅନେକ କିଛି ଶୁଣିବାକୁ ମିଳିଥିଲା।

ଯାହାବି ହେଉ, ଇତିମଧ୍ୟରେ ବିଗ୍‌ବସ୍‌ର ୨ଟି ଏପିସୋଡ୍‌ ସମାପ୍ତ ହୋଇଛି। ଏହା ମଧ୍ୟରେ ଅନୁପ ଓ ଜାସ୍‌ଲିନ୍‌ ସ୍ୱାଭିମାନ ଓ ସାଧୁତାର ସହ ଖେଳ ଖେଳିଛନ୍ତି। ଯାହାକି ସେ ଦୁହିଁଙ୍କ ନିକଟରୁ ଆଶା କରାଯାଉଥିଲା। ମାତ୍ର ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଏବେ ଚର୍ଚ୍ଚା ପାଲଟିଛି।

ଯେପରି ଅନ୍ୟ ଯୋଡ଼ିମାନେ ଗୋଟାଏ ବିଛଣାରେ ଶୁଅନ୍ତି ସେହିପରି ଭାବେ ଅନୁପ ଓ ଜାସ୍‌ଲିନ୍‌ ବି ଗୋଟାଏ ବିଛଣାରେ ରାତ୍ରୀଯାପନ କରିବେ ବୋଲି ଆଶା ରହିଥିଲା। ମାତ୍ର ସେପରି ଘଟିନାହିଁ। ଜାସ୍‌ଲିନ୍‌ ନିଜ ପାଇଁ ଏକ ସିଙ୍ଗଲ୍‌ ବେଡ୍‌ ଚୟନ କରିଥିଲେ, ଫଳରେ ଅନୁପଙ୍କୁ ବାହାରେ ଶୋଇବାକୁ ପଡ଼ିଛି।

କେହି ଜଣେ ଶୁଣିଥିବାର ଚର୍ଚ୍ଚା ହେଉଛି ଯେ ଜାସ୍‌ଲିନ୍‌ ଅନୁପଙ୍କୁ ବୁଝାଇବା ଢଙ୍ଗରେ ପରସ୍ପରଠାରୁ ଅଲଗା ଶୋଇବାକୁ କହୁଛନ୍ତି। ଶୁଣିବାକୁ ମିଳିଛି ଯେ ଅନୁପ୍‌ କହୁଛନ୍ତି, ‘ତାହାଲେ ମୁଁ ଦୂର ହୋଇଗଲି, ମୁଁ ଖୋଳାରେ ଶୋଇବି?’ ଜାସ୍‌ଲିନ୍‌ ବିରକ୍ତ ପ୍ରକାଶ କରି କହୁଛନ୍ତି ‘କେଉଁ କଥାକୁ ଧରିବସିଛ? ଗୋଟେ କାମ କର, ଟିକେ ଅପେକ୍ଷା କର, ତୁମକୁ କେହି ଜଣେ ସାଥୀ ମିଳିଯିବ।’

ସମ୍ବନ୍ଧିତ ଖବର