ଶାଢ଼ି ଦୋକାନରୁ ବିବାହ ବେଦୀ, ଏମିତି ଥିଲା ନୁସରତଙ୍କ ଲଭଷ୍ଟୋରୀ 

ତୁର୍କୀରେ ବାହାଘର-କୋଲକାତାରେ ରିସେପ୍ସନ, ୩ ବର୍ଷ ଚାଲିଥିଲା ଲୁଚାଛପା ପ୍ରେମ 

କୋଲକାତା: ନୁସରତ, ଏଭଳି ଏକ ନାମ ଯାହାକି ବର୍ତ୍ତମାନ ଚର୍ଚ୍ଚାର ପ୍ରଥମରେ ରହିଛି | ମୁସଲମାନ ଝିଅ ହୋଇ ମଥାରେ ସିନ୍ଦୁର ଲଗାଇବା ହେଉ ବା ରଥଯାତ୍ରାରେ ଯୋଗ ଦେବା ହେଉ ପ୍ରସଙ୍ଗର ଶିରୋନାମାରେ ଏହି ନାମ | ଗୁରୁବାର ନୁସରତ ନିଜର ରିସେପ୍ସନ ପାର୍ଟି ଦେଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବହୁ ସେଲିବ୍ରିଟି ଯୋଗ ଦେଇଥିଲେ | ତେବେ ନୁସରତ ଓ ନିଖିଲ ଜୈନଙ୍କ ପ୍ରେମ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ | ଶାଢ଼ି ଦୋକାନରୁ ବିବାହ ବେଦୀ ଯାଏଁ ଖଟା-ମିଠା କାହାଣୀ ପଢନ୍ତୁ |

ନିଖିଲ ଜୈନ, କୋଲକାତାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ | ନିଜର ଏକ ଶାଢ଼ି ସେଣ୍ଟର ଖୋଲିବାକୁ ନିଖିଲ ଚାଁହୁଥିଲେ | ଶାଢ଼ି ଦୋକାନର ଉଦଘାଟନ ପାଇଁ ଜଣେ ମଡେଲଙ୍କୁ ଖୋଜୁଥିଲେ ନିଖିଲ | କିଭଳି କୋଲକାତାର ମହିଳାଙ୍କୁ ନିଜ ଦୋକାନକୁ ଆକୃଷ୍ଟ କରିହେବ ସେଥିପାଇଁ ମାର୍କେଟିଙ୍ଗ ଟିମ ସହ ଯୋଗାଯୋଗ କରିଥିଲେ | ମାର୍କେଟିଙ୍ଗ ଟିମ ନୁସରତଙ୍କ ନାମକୁ ସୁପାରିଶ କରିଥିଲେ | ତେବେ ବଙ୍ଗଳା ଭାଷାର ଫିଲ୍ମ ଦେଖୁନଥିବା ନିଖିଲ ନୁସରତଙ୍କ ବାବଦରେ ବିଶେଷ ଜାଣିନଥିଲେ | ଏହାପରେ ନିଖିଲ ନୁସରତଙ୍କ ବାବଦରେ ଅନୁସନ୍ଧାନ ଆରମ୍ଭ କରିଥିଲେ | ନୁସରତଙ୍କ ବ୍ୟକ୍ତିତ୍ୱ ବାବଦରେ ତନତନ କରି ବୁଝିଥିଲେ | ଏହାପରେ ନୁସରତଙ୍କ ନାମକୁ ଫାଇନାଲ କରି ଫଟୋସୁଟ କରିବାର ମଞ୍ଜୁରୀ ଦେଇଥିଲେ |

ସରିଲା ଫଟୋସୁଟ | ଏହାପରେ ସେଲ୍ଫି ନେଇଥିଲେ ଉଭୟ ନିଖିଲ ଓ ନୁସରତ | ତେବେ ବିବାହ କରିବାକୁ ଚାଁହୁନଥିବା ନିଖିଲଙ୍କ ଭାବନାକୁ କିନ୍ତୁ ବଦଳେଇଦେଇଥିଲେ ନୁସରତ | ଆରମ୍ଭ ହୋଇଥିଲା ବନ୍ଧୁତା ଓ ତା ପରେ ପ୍ରେମ | ନିଖିଲ କେବଳ ପ୍ରେମ କରୁନଥିଲେ ବରଂ ଅନେକ ସମୟରେ ନୁସରତଙ୍କୁ ସାହସ ଦେବା ସହ ଭଲ-ମନ୍ଦରେ ଭାଗିଦାର ହେଉଥିଲେ | ନୁସରତ ଭାବିଥିଲେ ନିଖିଲ ହିଁ ଏଭଳି ଜଣେ ବ୍ୟକ୍ତିତ୍ୱ ଯାହା ସହ ପୁରା ଜୀବନ ବିତେଇପାରିବେ |

କିନ୍ତୁ ସେ ପର୍ଯ୍ୟନ୍ତ ନିଖିଲ ନୁସରତଙ୍କୁ ପ୍ରପୋଜ କରିନଥିଲେ | ଦିନେ କାରରେ ଦୁହେଁ ଯାଉଥିବାବେଳେ କାର ଖରାପ ହେବାର ବାହାନା କରିଥିଲେ ନିଖିଲ | ଶୂନଶାନ ରାସ୍ତାରେ ନିଖିଲ ଓ ନୁସରତ ଓହ୍ଲାଇପଡ଼ିଲେ | ନୁସରତଙ୍କ ସାମ୍ନାରେ ଆଣ୍ଠେଇ ବସିପଡ଼ିଲେ |ନିଖିଲ ପକେଟରୁ ମୁଦି ଖଣ୍ଡେ କାଢ଼ିଲେ ଆଉ ପ୍ରପୋଜ କଲେ | ବିଳମ୍ବ ନ କରି ନୁସରତ ଲାଜେଇ କି ହଁ କହିଦେଇଥିଲେ |  ଜୁନ ୧୯ରେ ସୁଦୂର ତୁର୍କୀରେ ଉଭୟ ବିବାହ କରିଥିଲେ | ଏବେ ଏ ଦୁହେଁ ବହୁତ ଖୁସି ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର