ପ୍ରେମ କାହାଣୀ ‘ତୋ ବିନା’

ନୂଆ ଚଳଚ୍ଚିତ୍ର ‘ତୋ ବିନା’ରେ ସଂଳାପ ଓ ଚିତ୍ରନାଟ୍ୟ ବିଶ୍ବଭୂଷଣ ମିଶ୍ର ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜପ୍ରଦୀପ। ଏହାର କାହାଣୀ ପରିକଳ୍ପନା କରିଛନ୍ତି ଚିନ୍ମୟୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଏଥିରେ ଚିତ୍ରୋତ୍ତୋଳନ କରିଛନ୍ତି ରବୀନ୍ଦ୍ର ବେହେରା। କାହାଣୀର ନାୟକ ଦେବରାଜ ଏବଂ ନାୟିକା ଭୂମିକାରେ ଅଛନ୍ତି ଦିଶା। ଏମାନଙ୍କ ବ୍ୟତୀତ ଅଶ୍ରୁମୋଚନ, ଶ୍ରୀତମ୍ ଦାସ, ରବି ମିଶ୍ର, ପ୍ରିୟଙ୍କା ପଟ୍ଟନାୟକ, ଚୌଧୁରୀ ଜୟପ୍ରକାଶ ଦାସ ଓ କାଳିଆଙ୍କୁ ମଧ୍ୟ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ବଡ଼କଥା ହେଉଛି ମରାଠୀ ଫିଲ୍ମ ‘ରଖମା’, ହିନ୍ଦୀ ଫିଲ୍ମ ‘ୱାନ୍ ୱେ’ ଓ ‘ତେରା ନାମ ଏ ଲଭ୍ ଷ୍ଟୋରି’ରେ କୋରିଓଗ୍ରାଫି କରିଥିବା ରାଜପ୍ରଦୀପ କିଛି ଗୁଜୁରାଟୀ, ବେଙ୍ଗଲୀ ଓ ତାମିଲ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ବେଶ୍ କିଛି ଦିନର ବ୍ୟବଧାନ ପରେ ସେ ପୁଣି ଓଲିଉଡକୁ ଫେରିଥିବାରୁ କଳାକାର ଓ ଟେକ୍‌ନିସିଆନଙ୍କ ଭିତରେ ଉତ୍ସାହ ଦେଖାଦେଇଛି। କୁହାଯାଉଛି ସେ ପୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରାଜ୍ କରିବେ। ‘ପହିଲି ରଜ’, ‘ସପନର ନାୟିକା’ ଓ ‘ନଟ କଣ୍ଡକ୍ଟର’ ପରି ସଫଳ ସିନେମାର କୋରିଓଗ୍ରାଫର ରାଜ୍‌ପ୍ରଦୀପ ଏବେ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି।

ସମ୍ବନ୍ଧିତ ଖବର