ପ୍ରଯୋଜକ ବିଜୟ କଣ୍ଡୋଇ ଏକ ନୂଆ ଓଡ଼ିଆ ସିନେମା ନିର୍ମାଣ କରୁଛନ୍ତି। ଏହାର ଶୀର୍ଷକ ହେଲା ‘ମାୟା ମରୀଚିକା’। ‘ରଙ୍ଗ୍ ନମ୍ବର’ ଓ ‘ଛବିରାଣୀ’ ଫେମ୍ ବବି ଇସଲାମ୍ ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ଏହି ସିନେମାରେ ରାଜ ରାଜେଶ, ଲିପ୍ସା ଓ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ଅଛନ୍ତି। ଡକ୍ଟର ରଜନୀରଂଜନ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଅଭିଜିତ ମଜୁମ୍ଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀ ଆଧାରିତ ସିନେମା ବୋଲି କୁହାଯାଉଛି।
‘ମାୟା ମରୀଚିକା’ରେ ତ୍ରିକୋଣୀୟ ପ୍ରେମ
/sambad/media/post_attachments/wp-content/uploads/2024/07/gdjgjddgjjg.jpg)