ଅଦା ଶର୍ମାଙ୍କ ନୂଆ ପ୍ରେମିକଙ୍କୁ ଜାଣନ୍ତି କି ?

ମୁମ୍ବାଇ: ବଲିଉଡର ଜଣେ ଆକସନ୍‌ ହିରୋଙ୍କୁ ନାୟିକା ଅଦା ଶର୍ମା ନିଜ ଅଦାରେ ଘାୟଲ୍‌ କରି ଦେଇଥିବା ଚର୍ଚ୍ଚା ଚାଲିଛି। ଏହି ଆକ୍‌ସନ୍‌ ଷ୍ଟାର୍‌ ଜଣକ ହେଲେ ବିଦ୍ୟୁତ ଜାମବାଲ୍‌।
ଏବେ ବଲିଉଡରେ ବିଦ୍ୟୁତ୍‌ ଜାମବାଲ୍‌ ଓ ଅଦା ଶର୍ମାଙ୍କର ଆଫେଆର୍‌କୁ ନେଇ ଚର୍ଚ୍ଚା ହେଉଛି। ସେମାନଙ୍କୁ ବଲିଉଡର ନ୍ୟୁଲଭ୍‌ ବାର୍ଡିସ୍‌ ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ ବିଦ୍ୟୁତ୍‌ ଓ ଅଦା ଆଗରୁ ଭଲ ସାଙ୍ଗ ଥିଲେ। କିନ୍ତୁ ଲଣ୍ଡନରେ ହୋଇଥିବା ‘କମାଣ୍ଡୋ-୩’ର ସୁଟିଂ ସମୟରେ ଏ ଦୁହେଁ ପରସ୍ପରର ନିକଟତର ହୋଇଛନ୍ତି।
କୁହାଯାଉଛି ଯେ, ଫିଲ୍ମ ସୁଟିଂ ସମୟରେ ଷ୍ଟଣ୍ଟ୍‌ ଦେବାକୁ ପଡ଼ିଥିଲା ଅଦା ଶର୍ମାଙ୍କର ଖୁବ୍‌ ଯତ୍ନ ନେଇଥିଲେ। ଅଦାଙ୍କର ଯତ୍ନ ନେବା ଲାଗି ବିଦ୍ୟୁତ୍‌ ଜାମବାଲ୍‌ ଛାଇ ପରି ଲାଗି ରହିଥିଲେ। ଆହୁରି ମଧ୍ୟ ଜଣାଯାଇଛି ଯେ ବିଦ୍ୟୁତ୍‌ ଏବଂ ଅଦାଙ୍କର କେରଳର ପଲକ୍‌କଡ ସହର ସହିତ ଖାସ୍‌ ସଂପର୍କ ରହିଛି।


ବିଦ୍ୟୁତ୍‌ ତିନି ବର୍ଷ ବୟସରେ ପଲକ୍‌କଡରେ ମା’ଙ୍କ ଆଶ୍ରମରେ ମାର୍ଶଲ ଆର୍ଟସ ଶିଖି ବଡ ହୋଇଥିଲେ। ଅନ୍ୟପକ୍ଷରେ ଅଦା ଶର୍ମାଙ୍କ ମାଆ ପଲକ୍‌କଡ ସହର ବାସିନ୍ଦା। ଏ ଦୃଷ୍ଟିରୁ ଅଦା ଶର୍ମାଙ୍କର ମାମୁଁ ଘର ସେହି ସହରରେ।

ସମ୍ବନ୍ଧିତ ଖବର