କରୋନା ଜନିତ ଲକ୍ଡାଉନ୍/ସଟ୍ଡାଉନ୍ ପାଇଁ ସବୁ ବନ୍ଦ। ଗମନାଗମନ ଉପରେ ବି କଟକଣା। ତେବେ ବି-ଟାଉନ୍ ସେଲିବ୍ରିଟିଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବେ ଧୀରେଧୀରେ ଅନୁଭୂତ ହେବାରେ ଲାଗିଲାଣି। ଜିମ୍ ସେଣ୍ଟର ଓ ଯୋଗକେନ୍ଦ୍ର ବନ୍ଦ ହୋଇଯାଇଥିବାରୁ ବିଶେଷକରି ବଲିଉଡ୍ ଅଭିନେତ୍ରୀମାନେ ନିଜ ଫିଟନେସ୍ ଓ ପତଳା ଚେହେରାକୁ ନେଇ ଚିନ୍ତିତ ହୋଇପଡ଼ିଲେଣି। ବଲିଉଡ୍ ସୁନ୍ଦରୀ ସନି ଲିଓନିଙ୍କ ସହ ଘଟିଥିବା ଏକ ଘଟଣା ଆଧାରରେ ଆମେ ଏଇକଥା କହୁଛି।
ସନି ଗତକାଲି ଘରେ ଏକ ବିଜ୍ଞାପନ ସୁଟିଂ କରିବା ସମୟରେ ଏକ ହଳଦିଆ ରଙ୍ଗରେ ଡ୍ରେସ୍ ପିନ୍ଧିଥିଲେ। ତେବେ ଡ୍ରେସ୍ ପିନ୍ଧିବାରେ ସନିଙ୍କୁ ଯେତିକି ଅସୁବିଧା ନ ହେଲା, ପିଠିପଟେ ଥିବା ଚେନ୍ ଦେବାକୁ ତାଙ୍କୁ ଭାରି କସରତ କରିବାକୁ ପଡ଼ିଲା। ଏମିତିକି ଚେନ୍ ଦେବାକୁ ପୂରା ଟିମ୍ ଲାଗି ପଡ଼ିଲା। ଘଣ୍ଟାକର କସରତ୍ ପରେ ଟିମ୍ ସେଥିରେ ସଫଳ ହୋଇଥିଲା। ଏହି ଘଟଣାକୁ ସନି ସୋସିଆଲ ମିଡିଆରେ ସେୟାର୍ କରିବା ସହ ଲକ୍ଡାଉନ୍ ଯୋଗୁଁ ଘରେ ବସି ବସି ମୋଟି ହୋଇଗଲେଣି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/parada_sunny-leone.jpg)