ଚର୍ଚ୍ଚାରେ ରାଜକୁମାରଙ୍କ ଲୁକ୍‌: ଆଲିଆ ଭଟ୍ଟ ଓ କ୍ରୀତି ସନୋନଙ୍କ ସହ ତୁଳନା କଲେ ଲୋକେ

ମୁମ୍ବାଇ: ନିଜ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି ବଲିଉଡ୍ ଅଭିନେତା ରାଜକୁମାର ରାଓ। ଯାହା ପାଇଁ ସେ ନିଜର ସବୁ ଫିଲ୍ମରେ ନିଜ ଚରିତ୍ରକୁ ନେଇ ବେଶ ସଚେନତ ରହିଥାନ୍ତି। ପ୍ରତି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବାକୁ ଚେଷ୍ଟା କରୁଥିବା ରାଜକୁମାର ଏବେ ଫିଲ୍ମ ଲୁଡୋ ପାଇଁ ନିଜର ଲୁକ୍ ବଦଳାଇ ଦେଇଛନ୍ତି। ପୁଅରୁ ପାଲଟି ଯାଇଛନ୍ତି ଝିଅ।

ନୂଆ ବର୍ଷରେ ନିଜ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜକୁମାର। ଫଟୋରେ ସେ ଝିଅ ବେଶ‌ରେ ଥିବା ବେଳେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ଫିଲ୍ମର ନିର୍ଦ୍ଦେଶନା ଅନୁରାଗ ବାସୁ ଦେଉଥିବା ବେଳେ ଏହି ଫିଲ୍ମରେ ରାଜକୁମାର ଉଭୟ ଝିଅ ଓ ପୁଅ ଭୂମିକା ନିଭାଇବେ। ଯାହାର ପ୍ରଥମ ଝଲକ ସେ ନିଜ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି। ଗୋଟେ ଫଟୋରେ ସେ ଲେହେଙ୍ଗା ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ବାଇକ ଉପରେ ବସିଛନ୍ତି।

Image result for ludo-rajkumar-rao-this-look-will-amaze-you-actor-shares-his-new-look-of-anurag-basu-next-film
www.jagran.com

ଫଟୋ ଭାଇରାଲ ହେବା ପରେ ରାଜକୁମାରଙ୍କ ଝିଅ ଅବତାରକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ତାଙ୍କ ଲୁକକୁ ଆଲିଆ ଭଟ୍ଟଙ୍କ ସହ ତୁଳନା କରୁଥିବା ବେଳେ କିଛି କ୍ରୀତି ସନୋନଙ୍କ ସହ ତୁଳନା କରିଥିବା ଦେଖାଯାଇଛି। ଏହି ଫିଲ୍ମରେ ରାଜକୁମାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଫାତିମା ସନା ଶେଖ୍ ନଜର ଆସିବେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର