ମୁମ୍ବାଇ: କ୍ରି‌କେଟ ପରେ ଏବେ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିବା ନେଇ ଚର୍ଚ୍ଚାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ମନୋରଞ୍ଜନ ଇଣ୍ଡଷ୍ଟ୍ରି ସହିତ ଅନେକ ଥର ଯୋଡା ଯାଇଛି। କ୍ରିକେଟରେ କ୍ୟାରିୟର ଆରମ୍ଭ କରିବା ସମୟରେ ତାଙ୍କ ନାମ ବିଭିନ୍ନ ଅଭିନେତ୍ରୀମାନଙ୍କ ସହ ଯୋଡା ଯାଇଥିବାବେଳେ ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ୨୦୧୯ରେ ମହେନ୍ଦ୍ର ସିଂହ ଧୋନୀ, ଧୋନୀ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଆରମ୍ଭ କରିଥିଲେ। ଏହାକୁ ମହେନ୍ଦ୍ର ସିଂହ ଧୋନୀ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହିତ ମିଶି ଚଳାଉଥିବା ବେଳେ ରିପୋର୍ଟରୁ ଜଣାପଡ଼ିଛି ଯେ ଧୋନୀ ବର୍ତ୍ତମାନ ତାଙ୍କ କମ୍ପାନିକୁ ଏକ ବଡ ସ୍ତରକୁ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ପାଇଁ ସେ ବଡ଼ ବଡ଼ ଫିଲ୍ମର ପ୍ରଯୋଜନା ଧୋନୀ ଏଣ୍ଟରଟେନମେଣ୍ଟ ଅଧୀନରେ କରିବେ ବୋଲି ଚର୍ଚ୍ଚା ହେଉଛି। ଧୋନୀ ତାମିଲ, ତେଲୁଗୁ ଓ ମଲୟାଲମ ଫିଲ୍ମର ପ୍ରଯୋଜନା ଦାୟିତ୍ବ ନେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପ୍ରଥମ ଫିଲ୍ମ ସେ ସାଉଥ ସୁପରଷ୍ଟାର ନୟନତାରଙ୍କ ସହ କରିବେ ବୋଲି କୁହାଯାଉଛି। ଧୋନୀ ଏଣ୍ଟରଟେନମେଣ୍ଟର ପ୍ରଥମ ବଡ଼ ବଜେଟ ଫିଲ୍ମରେ ନୟନତାରା ନଜର ଆସିବେ ବୋଲି କୁହାଯାଉଥିବା ବେଳେ ଏବିଷୟରେ ଉଭୟ ଧୋନୀ ଓ ନୟନତାର ସ୍ପଷ୍ଟ କରିନାହାନ୍ତି। ହେଲେ ଖବର ସତ ହେଲେ ଉଭୟଙ୍କ ପ୍ରଶଂସକ ଏହି ପ୍ରୋଜେକ୍ଟ ପାଇଁ ଖୁବ ଉତ୍ସାହିତ ହେବେ ନିଶ୍ଚୟ।