କଙ୍ଗନା କହିଲେ, ‘ମା’ ଦୁର୍ଗା ମୋତେ ବାଛିଛନ୍ତି, ମୁଁ ନିର୍ମାଣ କରିବି ଦେବୀଙ୍କ ମନ୍ଦିର’

ମୁମ୍ବାଇ: ଚର୍ଚ୍ଚିତ ଅଭିନେତ୍ରୀ ତଥା ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଛନ୍ତି। କିଛିଦିନ ତଳେ କୃଷକ ଆନ୍ଦୋଳନକୁ ବିରୋଧ କରି ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ନିକଟରେ କଙ୍ଗନା ଏକ ଟ୍ୱିଟ କରିଛନ୍ତି। ତାଙ୍କର ଏହି ଟୁଇଟକୁ ନେଇ ‌ସେ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି। କଙ୍ଗନା ଏଥର ଟୁଇଟ ଜରିଆରେ ନିଜର ଏକ ବଡ଼ ଇଚ୍ଛାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି।

କଙ୍ଗନା ଟୁଇଟ କରି କହିଛନ୍ତି ଯେ, ‘ମା’ ଦୁର୍ଗା ମୋତେ ତାଙ୍କ ମନ୍ଦିର ତୋଳିବା ପାଇଁ ବାଛିଛନ୍ତି । ପୂର୍ବ ପୁରୁଷମାନେ ଆମ ପାଇଁ ଯେଉଁ କାମ ଛାଡ଼ି ଯାଇଛନ୍ତି ତାହାକୁ ମୁଁ ଆଗକୁ ବଢ଼ାଇବି। ମା’ ଦୁର୍ଗା ବହୁତ ଦୟାଳୁ। ସେ ନିଶ୍ଚୟ ମୋର ଏହି ଭାବନାକୁ ବୁଝିବେ।’

କଙ୍ଗନା ରାଣାୱତ ଟୁଇଟ ସହିତ ଦୁର୍ଗା ମନ୍ଦିର ବାହାରେ ଠିଆ ହୋଇଥିବା ଏକ ଫଟୋ ସେୟାର କରିଛନ୍ତି । କଙ୍ଗନାଙ୍କ ଏହି ଟୁଇଟ୍ ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ କଙ୍ଗନାଙ୍କ ଏହି ଇଚ୍ଛାକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ଲୋକ କଟାକ୍ଷ କରିଛନ୍ତି।

କଙ୍ଗନା ଏବେ ତାଙ୍କ ଅପକମିଂ ଫିଲ୍ମ ‘ଧାକଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର