ଅଭିନୟର ‘ଅ’ ଅକ୍ଷର ମାଲୁମ ନ ଥିବା ସନି ଲିଓନ୍ଙ୍କ ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ କମିବାର ନାଁ ଧରୁନାହିଁ। ତାଙ୍କର ବିଶେଷ ଦିଗଟି ପ୍ରତି ସମସ୍ତେ ଲାଳାୟିତ ଥିବାରୁ, ସେ ୨୦୧୨ରେ ବଲିଉଡ୍ରେ ପାଦ ଥାପିବା ଦିନରୁ ଲୋକପ୍ରିୟତା ହରାଇନାହାନ୍ତି। ସଲମାନ ଖାନ, ଶାହରୁଖ ଖାନ, ଅମିର ଖାନ, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପଡ଼ା, ଦୀପିକା ପାଦୁକୋଣଙ୍କ ସହ ସେ ବରାବର। ନ ହେଲେ କ’ଣ ମାଡାମ୍ ତୁସାଦ୍ ମହମ ପ୍ରତିମା ସଂଗ୍ରହାଳୟରେ ସେ ସ୍ଥାନ ପାଇବାକୁ ଯାଉଥାଆନ୍ତେ।
ହଁ, ନୂଆ ଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟରେ ସନିଙ୍କ ମହମ ପ୍ରତିମା ସ୍ଥାନ ପାଇବ। ନିକଟରେ ମହମ ପ୍ରତିମା ଶିଳ୍ପୀମାନେ ଲଣ୍ଡନ୍ରୁ ଆସି ମୁମ୍ବଈରେ ସନିଙ୍କୁ ଭେଟିଥିଲେ। ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗ-ପ୍ରତ୍ୟଙ୍ଗର ମାପ ନେଇଥିଲେ। ପ୍ରାୟ ଦୁଇ ଶହ ଫଟୋ ଉଠାଇଥିଲେ। ଏସବୁ ଆଧାରରେ ସନିଙ୍କର ମହମ ପ୍ରତିମା ଗଢ଼ାଯିବ। ଉନ୍ମୋଚନ ଉତ୍ସବରେ ସେ ନିଜେ ରହିବେ। ତେବେ, କେଉଁ ମହାପୁରୁଷଙ୍କ ଦ୍ୱାରା ତାଙ୍କ ପ୍ରତିମା ଉନ୍ମୋଚିତ ହେବ, ଦେଖିବା ବାକିରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/sunny-new-year-story_647_121517123752.jpg)