୨୦୧୩ରେ ମୁକ୍ତିପ୍ରାପ୍ତ ‘ଟାଇଗର୍’ ସିନେମାରୁ ଓଲିଉଡ୍ରେ ପ୍ରବେଶ କରିଥିବା ଜଣାଶୁଣା ପ୍ରଯୋଜକ ରମେଶ ବାରିକ ବିଗତ ୧୨ ବର୍ଷ ଧରି ସିନେପ୍ରଯୋଜନାରେ ସକ୍ରିୟ ଅଛନ୍ତି। ତାଙ୍କ ପ୍ରଯୋଜିତ ‘ଆଜିର ରେବତୀ’ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବେଳେ ଏବେ ‘ଗଣ୍ଡ ଭୈରବ’ ଓ ‘ସ୍ପଟ୍ବୟ’ ଫ୍ଲୋର୍ରେ ରହିଛି। ସଂପ୍ରତି ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହାର ଶୀର୍ଷକ ରହିଛି ‘ମଧୁ ବାରିଷ୍ଟର’।
ଓଡ଼ିଆ ଅସ୍ମିତାର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ କାହାଣୀକୁ ଭିତ୍ତି କରି ଏକ ମହତ୍ତ୍ବାକାଂକ୍ଷୀ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି ଘୋଷଣା ହୋଇଛି। ଏବେ ଏହାର କଳାକାର ଚୟନ ପ୍ରକ୍ରିୟା ଚାଲିଛି
ଆର୍ ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣାଧୀନ ଏହି ସିନେମାର ନିର୍ଦେଶନା ମୃତ୍ୟୁଞ୍ଜୟ ସାହୁ ଦେବେ ବୋଲି ଜଣାଯାଇଛି। ଏଣେ ‘ବାପା ସୁପରମ୍ୟାନ୍’ ଓ ‘ଆଇ ଲଭ୍ ୟୁ ୨’ ଭଳି ଚର୍ଚ୍ଚିତ ସିନେମାର ଲେଖକ ପ୍ରିୟବ୍ରତ ପଣ୍ଡା ‘ମଧୁ ବାରିଷ୍ଟର’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ଦାୟିତ୍ବରେ ଅଛନ୍ତି। ଏହାର କଳାକର ଚୟନ ହେବା ପରେ ସୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/31/Bayvk76usmkZbQibhmph.jpg)