ମୁମ୍ବାଇ: କୁହାଯାଏ କି ପ୍ରେମ ପାଇଁ ବୟସର ଆବଶ୍ୟକତା ନଥାଏ। ତାହା କେଉଁ ବି ବୟସରେ ହୋଇଯାଇପାରେ। ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତାଙ୍କ ପୂର୍ବତନ ସ୍ବାମୀ ତଥା ସିନେ ପ୍ରଯୋଜକ ମଧୁ ମଣ୍ଟେନା ତାହାକୁ ପ୍ରମାଣ କରି ଦେଇଛନ୍ତି। ସେ ୪୮ ବର୍ଷ ବୟସରେ ଦ୍ବିତୀୟ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି। ମସାବା ଗୁପ୍ତାଙ୍କ ସହ ଛାଡ଼ପତ୍ର ପରେ ସେ ନିଜଠାରୁ ୯ ବର୍ଷ ସାନ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ବିବାହ କରି ସାରିବା ପରେ ସେ ସ୍ବପ୍ନରେ ଜିଉଁଥିବା କଥା ଗଣମାଧ୍ୟମ‌ରେ ପ୍ରକାଶ କରିଛନ୍ତି।

Advertisment

‌ଏହି ନବବିବାହିତ ଦମ୍ପତିଙ୍କ ବିବାହର ଫଟୋ ସେ‌ାସିଆଲ୍‌ ମିଡିଆରେ ଛାଇ ହୋଇରହିଛି। ମଧୁ ମଣ୍ଟେନାଙ୍କ ନୂଆ ପତ୍ନୀଙ୍କ ନାମ ଈରା ତ୍ରିବେଦୀ। ବିବାହ ପରେ ସେ ଜାତୀୟ ଗଣମାଧ୍ୟମ ଇ-ଟାଇମ୍ସ ସହ କଥା ହୋଇ କହିଛନ୍ତି, ‘ମୁଁ ଯେବେ ଈରାଙ୍କୁ ପ୍ରଥମ କରି ଦେଖିଥିଲି ତ ସେବେ ହିଁ ତାଙ୍କୁ ବିବାହ କରିବା କଥା ମୋ ମନରେ ଆସିଥିଲା। ମାତ୍ର ଈରା ତାଙ୍କର ସମୟ ନେଲେ। ଯଦି କରୋନା ମହାମାରୀ ହୋଇନଥାନ୍ତା ତ ଆମେ ଆଗକୁ ବିବାହ କରି ସାରିଥାନ୍ତୁ। ମୁଁ ଏବେ ଖୁସି ଅନୁଭବ କରୁଛି। ମୋର ଏହି ଅନୁଭବ ବେଶ୍‌ ସ୍ବତନ୍ତ୍ର।’ ତାପରେ ନିଜର ନବବିବାହିତା ପତ୍ନୀଙ୍କ ଉଦ୍ଦେଶ୍ୟରେ ମଧୁ ପଚାରିଛନ୍ତି କି ‘କ’ଣ ସେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ନୁହନ୍ତି?’

ଈରାଙ୍କ ଭିତରେ ଅନେକ ଭଲ ଗୁଣ ଅଛି। ତାଙ୍କୁ ବିବାହ କରିବା ମୋର ସ୍ବପ୍ନ ସାକାର ହେବା ସହ ସମାନ ବୋଲି ସେ ଗଣମାଧ୍ୟମରେ ପ୍ରକ‌ାଶ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମଧୁ ମଣ୍ଟେନା ୨୦୧୫ ମସିହାରେ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତାଙ୍କୁ ବିବାହ କରିଥିଲେ। ତାହାର ଠିକ୍‌ ୪ ବର୍ଷ ପରେ ସେମାନଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।