ଏହି କାରଣରୁ ଐଶ୍ୱର୍ଯ୍ୟା ଗର୍ଭବତୀ ଥିବା ଜାଣି ଅବସାଦଗ୍ରସ୍ତ ହୋଇଯାଇଥିଲେ ମଧୁର ଭଣ୍ଡାରକର

ମୁମ୍ବାଇ : ବଲିଉଡ୍‌କୁ ଫ୍ୟାଶନ, ପେଜ୍‌-୩ ଓ ହିରୋଇନ୍‌ ଭଳି ହିଟ୍‌ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ସହ ଜଡ଼ିତ ଏକ ବଡ଼ କଥା ସାମ୍ନାକୁ ଆସିଛି । ୨୦୧୧ରେ ତାଙ୍କ ସହ ଐଶ୍ୱର୍ଯ୍ୟାଙ୍କ ସଂପର୍କକୁ ନେଇ ବିବାଦ ଦେଖାଯାଇଥିଲା ।

ऐश्वर्या राय ब्च्चन
amarujala.com

ସୂଚନା ମୁତାବକ, ମଧୁର ଭଣ୍ଡାରକର ନିଜ ଡ୍ରିମ୍‌ ପ୍ରୋଜେକ୍ଟ ହିରୋଇନ୍‌ ପାଇଁ ଐଶ୍ୱର୍ଯ୍ୟାଙ୍କୁ ନେବେ ବୋଲି ଚିନ୍ତା କରିଥିଲେ । ଫିଲ୍ମଟି ଐଶ୍ୱର୍ଯ୍ୟାଙ୍କୁ ଅଫର କରାଯିବା ପରେ ଐଶ୍ୱର୍ଯ୍ୟା ଅଫର ଗ୍ରହଣ ମଧ୍ୟ କରିଥିଲେ । କିନ୍ତୁ ଗର୍ଭବତୀ ଥିବା କଥା ମଧୁରଙ୍କୁ ଜଣାଇ ନଥିଲେ ଐଶ୍ୱର୍ଯ୍ୟା । ଏହି ଫିଲ୍ମ ତିଆରି କରିବା ପୂର୍ବରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ରିସର୍ଚ କରିଥିଲେ ମଧୁର ଭଣ୍ଡାରକର । ଏହି ଫିଲ୍ମର ସୁଟିଂ ପାଇଁ ମଧୁର ୪୦ଟି ଲୋକେସନ ମଧ୍ୟ ଠିକ୍‌ କରିଥିଲେ । କିନ୍ତୁ ପରେ ଐଶ୍ୱର୍ଯ୍ୟା ଗର୍ଭବତୀ ଥିବା ଜାଣି ମଧୁର ଭଣ୍ଡାରକର ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଏହା ସହ ଐଶ୍ୱର୍ଯ୍ୟାଙ୍କ ସ୍ଥାନରେ କାହାକୁ ନେବେ ସେ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ମଧୁର । କାରଣ ଫିଲ୍ମରେ ଏଭଳି ଦୃଶ୍ୟ ରହିଥିଲା, ଯାହା ଜଣେ ଗର୍ଭବତୀ ମହିଳାର ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ଥିଲା । କିନ୍ତୁ ଶେଷରେ ଐଶ୍ୱର୍ଯ୍ୟାଙ୍କ ସ୍ଥାନରେ କରୀନାଙ୍କୁ ନିଆଯିବା ସହ ଫିଲ୍ମ ହିଟ୍‌ ହୋଇଥିଲା ।

ସମ୍ବନ୍ଧିତ ଖବର