ଏହି କ୍ରିକେଟରଙ୍କୁ ହୃଦୟ ଦେଇଥିଲେ ମାଧୁରୀ, ତେବେ କଣ ପାଇଁ ଡାକ୍ତରଙ୍କୁ କଲେ ବିବାହ?

ମୁମ୍ବାଇ: ଭାରତୀୟ ମନୋରଞ୍ଜନ ଜଗତରେ କ୍ରିକେଟ୍ ଏବଂ ଚଳଚ୍ଚିତ୍ର ତାରକାମାନେ ପରସ୍ପରକୁ ପ୍ରେମ ଓ ଏହାପରେ ବିବାହ କରୁଥିବାର ତ ଆପଣ ଜାଣିଥିବେ | ବିରାଟ-ଅନୁଷ୍କା ହରଭଜନ-ଗୀତା, ଜାହିର-ସାଗରିକା ବା ଯୁବରାଜ-ହେଜଲଙ୍କ ନାମ ପ୍ରଥମେ ଆସିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଯୋଡି ବାବଦରେ କହିବୁ ଯାହାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ସତ କିନ୍ତୁ ଏହା ବିବାହର ରୂପ ନେଇପାରିନଥିଲା | ବଲିଉଡର ‘ଚନ୍ଦ୍ରମୁଖୀ’ କୁହାଯାଉଥିବା ମାଧୁରୀ ଦୀକ୍ଷିତ ୯୦ ଦଶକରେ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ଭଲ ପାଉଥିଲେ। ଆଉ ସେତେବେଳେ ଏହା ଖୁବ ଚର୍ଚ୍ଚାରେ ଥିଲା | ତେବେ ଏମାନଙ୍କ ବିବାହ ସମ୍ଭବ ହୋଇପାରିନଥିଲା ଓ ମାଧୁରୀ, ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ | ଆଜି ଆମେ ଆପଣଙ୍କୁ ଉଭୟଙ୍କ ପ୍ରେମ କାହାଣୀ ଓ କାହିଁକି ବିଫଳ ହେଲା ସେବାବଦରେ କହିବୁ | ବାସ୍ତବରେ ଅଜୟ ଓ ମାଧୁରୀଙ୍କର ପ୍ରଥମ ସାକ୍ଷାତ ଏକ ମାଗାଜିନ ଫଟୋସୁଟରେ ହୋଇଥିଲା। ସେଠାରୁ ଅଜୟ-ମାଧୁରୀଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା | ଧୀରେ ଧୀରେ ଏହି ବନ୍ଧୁତା, ପ୍ରେମରେ ବଦଳିଯାଇଥିଲା | ଅଜୟ ସେହି ସମୟରେ ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଖେଳାଳି ଥିବାବେଳେ ଏହି ସମୟରେ ମାଧୁରୀଙ୍କ ଫିଲ୍ମ ‘ଦିଲ ତୋ ପାଗଲ ହୈ’ ରିଲିଜ ହୋଇଥିଲା । ଯାହାକି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା |

हालाँकि, भारतीय मनोरंजन उद्योग में यह कोई नई घटना नहीं है।  क्रिकेट और फिल्मी सितारे बार-बार करीब आए हैं और रिलेशनशिप में हैं।  उनमें से कुछ ने अपने रिश्ते को पीछे से सामने लाया है।  विराट-अनुष्का, हार्दिक-नताशा, हरभजन-गीता, जहीर-सागरिका या युवराज-हेजल इसे एक कदम आगे ले गए हैं।  फिर कुछ रिश्ते पर्दे के पीछे से शुरू हुए और पर्दे के पीछे खत्म हो गए।  अजय और माधुरी की घटना को इसी दूसरी स्टेज में रखा जा सकता है।

ତେବେ କୁହାଯାଏ, ଯେ ଅଜୟ-ମାଧୁରୀଙ୍କ ସମ୍ପର୍କକୁ ତାଙ୍କ ପରିବାର ପସନ୍ଦ କରୁନଥିଲେ । କିଛି ଲୋକ କୁହନ୍ତି ଯେ ମାଧୁରୀଙ୍କ ସହ ସମ୍ପର୍କର କିଛି ଦିନ ପରେ ଅଜୟଙ୍କ କ୍ୟାରିୟର ତଳକୁ ଖସିବାକୁ ଲାଗିଥିଲା | ଆଉ ଅଜୟଙ୍କ ପରିବାର ଅନୁଭବ କରିଥିଲେ ଯେ ମାଧୁରୀଙ୍କ ସହ ଅଜୟଙ୍କ ସମ୍ପର୍କ ଏଥିପାଇଁ ଦାୟୀ। କିନ୍ତୁ ହଠାତ୍ ୧୯୯୯ରେ ପରିସ୍ଥିତି ବଦଳିଗଲା। ମ୍ୟାଚ୍ ଫିକ୍ସିଂରେ ଅଜୟ ଜାଡେଜାଙ୍କ ନାମ ଆସିବା ପରେ ମାଧୁରୀଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଧୁରୀଙ୍କ ପିତାମାତା ଚାହୁଁ ନଥିଲେ ଯେ ତାଙ୍କ ଝିଅ ଏଭଳି ଜଣେ ବ୍ୟକ୍ତିଙ୍କୁ ବିବାହ ନ କରନ୍ତୁ ଯାହାଙ୍କ ନାମରେ ଅଭିଯୋଗ ଥିବ | ଏହାପରେ ମାଧୁରୀ ଅଜୟଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗି ସେହି ସମୟରେ ଆମେରିକା ଯାଇଥିଲେ। ପରେ ମାଧୁରୀ ସେଠାରେ ଶ୍ରୀରାମ ନେନେଙ୍କୁ ଭେଟିଥିଲେ। ଅକ୍ଟୋବର ୧୯୯୯ରେ ଉଭୟ ବିବାହ କରିଥିଲେ | ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୦୦ ମସିହାରେ ଅଜୟ ମଧ୍ୟ ବିବାହ କରିଥିଲେ।

ସମ୍ବନ୍ଧିତ ଖବର