ମୁମ୍ବାଇ: କାଲିଆ ଏବଂ ଶେହେନ୍ସା ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ କାମ କରିଥିବା ପ୍ରଯୋଜକ, ଅଭିନେତା ତଥା ନିର୍ଦ୍ଦେଶକ ଟିନୁ ଆନନ୍ଦ ଏବେ ଏକ ବଡ଼ ଖୁଲାସା କରିଛନ୍ତି। ୧୯୮୯ରେ ଶନାଖ୍ତ ନାମକ ଏକ ଚଳଚ୍ଚିତ୍ର ପାଇଁ ବିଗ୍ ବି ଏବଂ ମାଧୁରୀ ଦୀକ୍ଷିତଙ୍କୁ କାଷ୍ଟ କରିଥି‌ଲେ ନିର୍ଦ୍ଦେଶକ ଟିନୁ ଆନନ୍ଦ। ନିକଟରେ ଏକ ସାକ୍ଷାତକାରରେ ଟିନୁ ସୁଟିଂର ପ୍ରଥମ ଦିନରେ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୁଟିଂର ପ୍ରଥମ ଦିନରେ ମାଧୁରୀଙ୍କ ପୋଷାକକୁ ନେଇ ଅଭିନେତ୍ରୀଙ୍କ ସହ ବିତର୍କ ହେବାରୁ ଟିନୁ ତାଙ୍କୁ ଫିଲ୍ମରୁ ବାହାରିଯିବାକୁ କହିଥିଲେ ବୋଲି ସାକ୍ଷାତକାରରେ ଜଣାଇଛନ୍ତି।

Advertisment

ଟିନୁଙ୍କ କହିବା ମୁତାବକ, "ଫିଲ୍ମରେ କାଷ୍ଟ କରିବା ପୂର୍ବରୁ ମୁଁ ମାଧୁରୀଙ୍କୁ ଫିଲ୍ମରେ ଥିବା ଏକ ଦୃଶ୍ୟ ବିଷୟରେ କହିଥିଲି ଏବଂ ଏହି ଦୃଶ୍ୟ କରିପାରିବ କି ନାହିଁ ପଚାରିଥିଲି। ଫିଲ୍ମରେ ମାଧୁରୀଙ୍କୁ ନିଜର ବ୍ଲାଉଜ୍ ଓହ୍ଲାଇ କେବଳ ଅନ୍ତଃବସ୍ତ୍ର ପିନ୍ଧିବାର ଥିଲା। କାରଣ ସେହି ଦୃଶ୍ୟରେ ସେ ବିଗ୍ ବିଙ୍କୁ ବଞ୍ଚାଇବା ପାଇଁ ଗୁଣ୍ଡାମାନଙ୍କ ସର୍ତ୍ତ ରକ୍ଷା କରି ନିଜର ବ୍ଲାଉଜ୍ ଓହ୍ଲାଇବେ ବୋଲି ସ୍କ୍ରିପ୍ଟରେ ଲେଖାଥିଲା। ପ୍ରଥମେ ଏହି ଦୃଶ୍ୟ କରିବାକୁ ମାଧୁରୀ ରାଜି ହୋଇଥିଲେ, ହେଲେ ସୁଟିଂ ଦିନ ସେ ବ୍ଲାଉଜ୍ ଓହ୍ଲାଇବାକୁ ମନା କରିଦେଇଥିଲେ। ଏହାକୁ ନେଇ ତାଙ୍କ ସହ ଯୁକ୍ତିତର୍କ ହୋଇଥିଲା। ବିଗ୍ ବି ମୋତେ ବୁଝାଇଥିଲେ ଯେ, ଯଦି ସେ କରିବାକୁ ଚାହୁନାହାନ୍ତି ତେବେ ତାଙ୍କୁ ବାଧ୍ୟ କରନାହିଁ। ହେଲେ ମୁଁ କହିଥିଲି, ଯଦି ତାଙ୍କୁ କରିବାର ନଥିଲା ତେବେ ହଁ କାହିଁକି କହୁଥିଲେ। ଏହା ପରେ ମୁଁ ମାଧୁରୀଙ୍କୁ ଫିଲ୍ମରୁ ବାହାର କରିବାକୁ ଯୋଜନା କରିଥିଲି। ହେଲେ ତାଙ୍କ ‌‌ସେକ୍ରେଟାରୀ ମାଧୁରୀଙ୍କୁ ଏହି ଦୃଶ୍ୟ କରାଇବାକୁ ରାଜି କରିଥିଲେ।"

publive-image timesofindia.indiatimes.com

ତେବେ ଫିଲ୍ମର କିଛି ଦୃଶ୍ୟ ସୁଟ୍ କରାଯିବା ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। ପରେ ଫିଲ୍ମର ସୁଟିଂ ପୂରଣ ନହେବାରୁ ଏହା ରିଲିଜ୍ ହୋଇପାରିନଥିଲା।