ଶ୍ରୀଦେବୀଙ୍କପାଇଁ ଉଦ୍ଦିଷ୍ଟ ଭୂମିକା ନିଭାଇବା କଷ୍ଟକର ଥିଲା : ମାଧୁରୀ ଦୀକ୍ଷିତ

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ନିଜର ଆଗାମୀ ସିନେମା ‘ଟୋଟାଲ ଧମାଲ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। କୁହାଯାଉଛି ଯେ ଏହି ସିନେମାରେ ସେ ଯେଉଁ ଭୂମିକା ନିଭାଇଛନ୍ତି,ପ୍ରଥମେ ସେହି ଚରିତ୍ରରେ ଅଭିନୟ କରିବାର ଥିଲା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର। କିନ୍ତୁ ଗତବର୍ଷ ଫେବୃଆରି ମାସରେ ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତ ହେବାପରେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଭୂମିକା ଲାଗି ମାଧୁରୀ ଦୀକ୍ଷିତଙ୍କୁ ଅଫର୍‌ ଦେଇଥିଲେ।

ଏସଂପର୍କରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ ସେଭଳି ନିଷ୍ପତ୍ତି ନେବା ତାଙ୍କ ପକ୍ଷେ କଷ୍ଟକର ଥିଲା। ଜଣେ ମନୁଷ୍ୟ ଭାବେ ମୋ’ ପାଇଁ ନିଶ୍ଚିତ ଦ୍ୱିଧା ଭାବ ସୃଷ୍ଟି କରିଥିଲା, ମାତ୍ର କଳାକାର ଭାବେ ମୋ ହାତରେ ଥିଲା ସ୍କ୍ରିପ୍ଟ। ସ୍କ୍ରିପ୍ଟ୍‌ ପଢିବା ପରେ ସେ ବାଧ୍ୟ ହୋଇ ରାଜି ହୋଇଥିଲେ ବୋଲି କହିଛନ୍ତି ମାଧୁରୀ ଦୀକ୍ଷିତ। ଶ୍ରୀଦେବୀ ଓ ତାଙ୍କ ମଧ୍ୟରେ କୌଣସି ତୁଳନା ନାହିଁ ବୋଲି ମଧ୍ୟ କହିଛନ୍ତି ମାଧୁରୀ ଦୀକ୍ଷିତ।

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍‌ ଧମାଲ୍‌’ ଏକ ମଲ୍‌ଟିଷ୍ଟାର୍‌ର ଫିଲ୍ମ। ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍‌, ଅରସାଦ୍‌ ଓ୍ଵାରସୀ, ରିତେଶ ଦେଶମୁଖ୍‌, ଜନି ଲିଭର୍‌, ମାଧୁରୀ ଦୀକ୍ଷିତ, ବୋମନ୍‌ ଇରାନୀ ଓ ସଂଜୟ ମିଶ୍ରା ପ୍ରମୁଖ ଅଭିନୟ କରିଛନ୍ତିି। ଏହା ଫେବୃଆରି ୨୨ ତାରିଖରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର