ଏହି ମାସରେ ଜନ୍ମ ହୋଇଥିଲେ ମାଧୁରୀ ପଠାଇବେ ଆପଣଙ୍କୁ ଜନ୍ମଦିନ ଶୁଭେଚ୍ଛା

ମୁମ୍ବାଇ: ଆପଣ ଅକ୍ଟୋବର ମାସରେ ଜନ୍ମଗ୍ରହଣ କରିଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସିର ଖବର | ଯାହାକୁ ଶୁଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବ | କାରଣ ଅକ୍ଟୋବରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଖକୁ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଜନ୍ମଦିନ ଶୁଭେଚ୍ଛା ପଠାଇବାକୁ ଯାଉଛନ୍ତି |

ଖୋଦ ମାଧୁରୀ ଏ ନେଇ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି | ମାଧୁରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଯଦି ଆପଣ ଅକ୍ଟୋବରରେ ଜନ୍ମଗ୍ରହଣ କରିଛନ୍ତି ତେବେ ସେ ଜନ୍ମଦିନ ଶୁଭେଚ୍ଛା ପଠାଇବେ | ତେବେ ଏଥିପାଇଁ ଆପଣଙ୍କୁ ମାଧୁରୀଙ୍କ ଟ୍ୱିଟରରେ ମେସେଜ ଦେଇ ଆପଣଙ୍କ ତାରିଖ ଲେଖିବାକୁ ପଡିବ | ବଡ କଥା ହେଉଛି ଯେ ମାଧୁରୀଙ୍କ ଏଭଳି ପୋଷ୍ଟ ପରେ ଶତାଧିକ ସଂଖ୍ୟାରେ ୟୁଜର୍ସ ତାଙ୍କୁ ନିଜ ଜନ୍ମଦିନରେ ତାରିଖ ମଧ୍ୟ ଜଣାଇଛନ୍ତି |

ସମ୍ବନ୍ଧିତ ଖବର