ପ୍ରସିଦ୍ଧ ପପ୍ ଷ୍ଟାର୍ ମାଡୋନାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମିତ ହେବ। ମାଡୋନା ନିଜେ ଏହାର କାହାଣୀ ରଚନାରେ ସହଯୋଗୀ ଲେଖକର ଭୂମିକା ତୁଲାଇବା ସହ ନିର୍ଦେଶନା ଦେବେ। ମାଡୋନା କହିଛନ୍ତି, ନିଜ ଜୀବନ ଯାତ୍ରା, ଜଣେ କଳାକାର, ସଂଗୀତଜ୍ଞ, ନୃତ୍ୟଶିଳ୍ପୀ ହେବାର ଯାତ୍ରାକୁ ଏହି ଚଳଚ୍ଚିତ୍ରରେ ଦେଖାଯିବ। ଏହି ଚଳଚ୍ଚିତ୍ରରେ ସଂଗୀତକୁ ଗୁରୁତ୍ବ ଦିଆଯିବ। ସଂଗୀତ ତାଙ୍କୁ କିଭଳି ଆଗକୁ ଅଗ୍ରସର କରିଚାଲିଛି ଏବଂ କଳା ତାଙ୍କୁ ବଞ୍ଚାଇ ରଖିଛି ତାହାର ବର୍ଣ୍ଣନା ଚଳଚ୍ଚିତ୍ରରେ ରହିବ। ଏଥିସହ କିଛି ଅକୁହା ଓ ପ୍ରେରଣାଦାୟୀ କଥା ମଧ୍ୟ ଏହି ଫିଲ୍ମରେ ଦେଖିବାର ସୁଯୋଗ ମିଳିବ। ସୋନି ପିକ୍ଚର୍ସର ପୂର୍ବତନ ମୁଖ୍ୟ ଆମି ପାସ୍କାଲ୍ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିବେ।
ମାଡୋନା ନିଜ ବାୟୋପିକ୍ର ନିର୍ଦେଶନା ଦେବେ
/sambad/media/post_attachments/wp-content/uploads/2020/09/madonna-singer_1200x768.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)