ରୋଲ୍ସ-ରଏସ କାର ପାଇଁ ଅସୁବିଧାର ପଡ଼ିଛନ୍ତି ଧନୁଷ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଧନୁଷ ନିଜର ସିନେମା ପାଇଁ ହେଉ ଅବା ନିଜର ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଚଳିତ ଥର ଧନୁଷ ତାଙ୍କର ଲଗଜରି କାର ପାଇଁ ଅସୁବିଧାରେ ପଡ଼ିଛନ୍ତି।

୨୦୧୫ରେ ୟୁକେରୁ ଧନୁଷ ନିଜର ରୋଲ୍ସ-ରଏସ କାର କିଣିଥିଲେ। ଏହାପରେ ଏହାକୁ ଭାରତରେ ପ୍ରବେଶ କରିବା ପାଇଁ ଟିକସ ଛାଡ଼ ଆବେଦନ କରିଥିଲେ। ତେବେ ଏଭଳି ଆବେଦନ କରିବା ସାଉଥ ଷ୍ଟାର ଧନୁଷଙ୍କୁ ମହଙ୍ଗା ପଡ଼ିଯାଇଛି। ଏବେ ତାଙ୍କ ଓକିଲ ଏହି ଆବେଦନ ଫେରାଇ ନେବାକୁ ଚୁାହୁଁଛନ୍ତି। ତେବେ ଏହି ଘଟଣାକୁ ନେଇ ମାଡ୍ରାସ ଉଚ୍ଚ ନ୍ୟାୟାଳୟ  ଶୁଣାଣି କରି ଆବଦେନ ଫେରାଇ ନେବାକୁ ଅନୁମତି ଦେଇ ନାହାନ୍ତି।

ଧନୁଷଙ୍କ ଓକିଲ ଅଗଷ୍ଟ ୫ ତାରିଖରେ ଶୁଣାଣି ସମୟରେ ଅଦାଲତକୁ ସୂଚିତ କରିଥିଲେ କି ଅଭିନେତା ଧନୁଷ ୫୦ ପ୍ରତିଶତ ଟଙ୍କା ପୈଠ କରି ଦେଇଛନ୍ତି। ଅଗଷ୍ଟ ୯ ତାରିଖରେ ବାକି ଟଙ୍କା ପୈଠ କରିବା ପାଇଁ ରାଜି ହେବା ସହିତ ଆବେଦନ ଫେରାଇ ନେବାକୁ ଦାବି କରିଛନ୍ତି।

ବିଚାରପତି ଏସଏମ ସୁବ୍ରମଣ୍ୟମ ଏକ ଆଦେଶ ପାରିତ କରି ମାମଲାକୁ ଖାରଜ କରି ଦେଇଛନ୍ତି। ଧନୁଷଙ୍କୁ ରୋଲ୍ସ ରଏସ କାର ପାଇଁ ପ୍ରବେଶ କର ବାବଦରେ ୩୦.୩୦ଲକ୍ଷ ଟଙ୍କା ୪୮ଘଣ୍ଟା ମଧ୍ୟରେ ପୈଠ କରିବାକୁ ଆଦେଶ ଦିଆଯାଇଛି। ସେ କହିଛନ୍ତି ସାବୁନ କିଣୁଥିବା ସାଧାରଣ ଲୋକ ବି ଟିକସ ଦେଉଛି। ଏଣୁ ସମସ୍ତଙ୍କୁ ଆଇନ ଅନୁସାରେ କାମ କରିବାକୁ ହେବ।

ସମ୍ବନ୍ଧିତ ଖବର