ପୁଣି ପ୍ରସାରିତ ହେବ ‘ମହାଭାରତ’

ଡିଡି ଭାରତୀରେ ପୁନଃ ପ୍ରସାରଣ ହୋଇଥିବା ‘ମହାଭାରତ’କୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଛି। ଦର୍ଶକଙ୍କ ଆଦୃତ୍ତି ‌ଏତେ ବଢ଼ି ଯାଇଛି ଯେ ଏହାକୁ ପୁଣି ପୁନଃ ପ୍ରସାରଣ ପାଇଁ ପ୍ରସ୍ତୁତି ଚାଲିଛି। ବି.ଆର ଚୋପ୍ରାଙ୍କ ‘ମହାଭାରତ’ ସେତେବେଳେ ଶେଷ ଏପିସୋଡ୍‌ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ମିଳିଥିବା ସୂଚନା ମୁତାବକ, ଏହି ମହାଭାରତ ଧାରାବାହିକକୁ ‘ଷ୍ଟାର ଭାରତ’ ଚ୍ୟାନେଲରେ ପୁନଃ ପ୍ରସାରଣ କରାଯିବ। ନବେ ଦଶକର ‘ରାମାୟଣ’ ଟିଆରପିରେ ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ‘ମହାଭାରତ’ ମଧ୍ୟ ପଛରେ ପଡ଼ିନାହିଁ। ସୂଚନା ମୁତାବକ,ଏହା ମେ’ ୧୮ତାରିଖରୁ ପ୍ରତି ରାତି ୮ଟାରେ ଏହା ଷ୍ଟାର ଭାରତରେ ପ୍ରସାରିତ ହେବ।

ସମ୍ବନ୍ଧିତ ଖବର