ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ଦ୍ୱାରା ଆୟୋଜିତ ‘କୌନ ବନେଗା କରୋଡ଼ ପତି’ ସୋ’ରେ  ଉତ୍ତରପ୍ରଦେଶର ଓରାଇ ନିବାସୀ ଋଷି ଶର୍ମାଙ୍କୁ ମହାଭାରତ ସହ ଜଡିତ ୧.୬ ଲକ୍ଷ ଟଙ୍କାର ପ୍ରଶ୍ନ ପଚରାଯାଇଥିଲା। କିନ୍ତୁ ସେ ଏହି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ ଏବଂ ଖେଳକୁ ୮୦ ହଜାର ଟଙ୍କା ସହିତ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। 
ଅମିତାଭ ବଚ୍ଚନ ଋଷି ଶର୍ମାଙ୍କୁ ମହାଭାରତ ସହ ଜଡିତ ୧.୬ ଲକ୍ଷ ଟଙ୍କା ପ୍ରଶ୍ନରେ ପହଞ୍ଚିଥିଲେ।  ଏହି ପ୍ରଶ୍ନ ଥିଲା ମହାଭାରତରେ କାମ୍ପିଲ୍ୟ କେଉଁ ରାଜାଙ୍କ ରାଜଧାନୀ ଥିଲା? ବିକଳ୍ପଗୁଡ଼ିକ ହେଲା ଶକୁନି, ଦ୍ରୋପଦ, ଜୟଦ୍ରଥ ଏବଂ କର୍ଣ୍ଣ । ସଠିକ୍ ଉତ୍ତର ଥିଲା ବିକଳ୍ପ ବି: ଦ୍ରୋପଦ ।
କିନ୍ତୁ ଋଷି ଶର୍ମା ଏହି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ ଏବଂ ୮୦ ହଜାର ଟଙ୍କା ଜିତି ସୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

Advertisment


ଏହାପରେ, ଯେତେବେଳେ ବିଗ୍ ବି ତାଙ୍କୁ ଏକ ଉତ୍ତର ବାଛିବା ପାଇଁ କହିଥିଲେ, ସେ ଋଷି  ଦ୍ରୋପଦ ନାମ କହିଥିଲେ। ଯାହାକୁ ଶୁଣି ବିଜ ବି କହିଥିଲେ - ଆରେ ଭାଇ ସାହେବ, ଯଦି ତୁମେ ଖେଳିଥାନ୍ତ ଠିକ୍ ହୋଇଥାନ୍ତା । 

ଗତ ଅଗଷ୍ଟ ୧୨ରେ ସୋନି ଟିଭିରେ କେବିସି ଆରମ୍ଭ ହୋଇଯାଇଛି। ଏହି ସୋ’ରେ ଅମିତାଭ ବଚ୍ଚନ ହୋଷ୍ଟ ଭାବରେ ସୋ’କୁ ଆଗକୁ ନେଉଛନ୍ତି। ଏହା ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହୋଇଥାଏ।