ବନ୍ୟା ପାଇଁ ମହାରାଷ୍ଟ୍ରକୁ ବିଗ୍‌ ବି ୫୧ଲକ୍ଷ ଟଙ୍କା ଦେବା ସହ ରିଲାଏନ୍ସ ଦେଲା ୫କୋଟି ଟଙ୍କାର ସହାୟତା ରାଶି

ମୁମ୍ବାଇ : ଦେଶର ବିଭିନ୍ନ ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକଙ୍କ ଘର ଭାଙ୍ଗିଯିବା ସହ ସେମାନଙ୍କ ପାଖରେ ବିଭିନ୍ନ ସହାୟତା ପହଞ୍ଚି ପାରୁ ନାହିଁ । କିଛି ଲୋକ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଥିବା ମଧ୍ୟ ଖବର ମିଳୁଛି । ତେବେ ଏଭଳି ପରିସ୍ଥିତିରେ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ବିଗ୍‌ ବି ୫୧ଲକ୍ଷ ଟଙ୍କା ଦେଇଥିବା ବେଳେ ରିଲାଏନ୍ସ ୫କୋଟି ଟଙ୍କା ଦେଇଥିବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଣ୍ଡନଭିସ୍‌ ।

ଟୁଇଟ୍‌ କରି, ସେ ଉଭୟ ଅମିତାଭ ବଚ୍ଚନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଧନ୍ୟବାଦ୍‌ ଜଣାଇଛନ୍ତି । ପ୍ରଥମ ଟୁଇଟ୍‌ରେ ସେ ବିଗ୍‌ ବିଙ୍କୁ ଧନ୍ୟବାଦ୍‌ ଜଣାଇଥିବା ବେଳେ ଦ୍ୱିତୀୟ ଟୁଇଟ୍‌ରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଧନ୍ୟବାଦ୍‌ ଜଣାଇଛନ୍ତି । ଦ୍ୱିତୀୟ ଟୁଇଟ୍‌ରେ ଦେବେନ୍ଦ୍ର ଫଣ୍ଡନଭିସ୍‌ ଅନନ୍ତ ଅମ୍ବାନୀଙ୍କଠାରୁ ୫କୋଟି ଟଙ୍କାର ଚେକ୍‌ ଗ୍ରହଣ କରୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର