ଶେଷରେ ଆଲିଆ ଏବଂ ରଣବୀରଙ୍କ ସଂପର୍କକୁ ନେଇ ମୁହଁ ଖୋଲିଲେ ବାପା ମହେଶ ଭଟ୍ଟ : ଆଲିଆ ମୋ ବଡ଼ ଝିଅ ପୂଜା ଭଳି ନୁହେଁ

ମୁମ୍ବାଇ : ବି-ଟାଉନ୍‌ରେ ଏବେ ‘ସଞ୍ଜୁ’ର ଅଭିନେତା ତଥା ରଣବୀର କପୁର ଏବଂ ‘ରାଜି’ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ଦୁହେଁ ନିଜ ଆଡ଼ୁ କିଛି ସ୍ପଷ୍ଟ କରି ନ ଥିଲେ ମଧ୍ୟ ସେମାନଙ୍କର ପରସ୍ପର ପ୍ରତି ଥିବା ଭଲ ପାଇବା ସେମାନଙ୍କ ହାବଭାବରୁ ଜଣାପଡ଼ିଛି । ଏ ନେଇ ଅନେକ ଲୋକ ଅନେକ କଥା କହିଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ । ରଣବୀର ଏବଂ ଆଲିଆଙ୍କୁ ନେଇ ଉଠୁଥିବା କଥା ଉପରେ ତାଙ୍କୁ ପଚରାଯିବା ପରେ ସେ କହିଥିଲେ, ‘ମୁଁ ସେ ଧରଣର ବାପା ଜମା ବି ନୁହେଁ, ଯିଏ ନିଜ ପିଲାମାନଙ୍କର ବ୍ୟକ୍ତିଗତ ଇଚ୍ଛାକୁ ବିରୋଧ କରିଥାନ୍ତି । ଆଲିଆ ଏବେ ଛୋଟ ହୋଇ ନାହାନ୍ତି । ଏହା ତାଙ୍କର ଅସୁବିଧା ଏବଂ ଏହାର ସମାଧାନ ବା କୌଣସି ସତ୍ୟତା ଅଛି କି ନାହିଁ ତାହା ସେ ହିଁ କହିବେ । ସେ ମୋ ବଡ଼ ଝିଅ ପୂଜା ଭଳି ହୋଇ ପାରିଲେ ନାହିଁ । ପୂଜା ମୋ ଭଳି ସମସ୍ତଙ୍କ ସହ ସବୁ କଥା ସେୟାର କରନ୍ତି । କିନ୍ତୁ ଆଲି ସେମିତି ଜମା ବି ନୁହଁ । ସେ ସବୁବେଳେ ନିଜ ବ୍ୟକ୍ତିଗତ କଥା ନିଜ ପର୍ଯ୍ୟନ୍ତ ହିଁ ରଖନ୍ତି।’

DNA India

ଅନ୍ୟ ପକ୍ଷରେ ରଣବୀରଙ୍କୁ ଫିଲ୍ମ ସଞ୍ଜୁ ପାଇଁ ପ୍ରଶଂସା କରିବାକୁ ଭୁଲି ନ ଥିଲେ ମହେଶ ଭଟ୍ଟ । ତାଙ୍କ କଥାରୁ ଜଣା ପଡ଼ୁଥିଲା ସେ ରଣବୀରଙ୍କୁ ନେଇ ଖୁବ୍‌ ଗର୍ବିତ ଏବଂ କେଉଁଠି ନା କେଉଁଠି ଆଲିଆ-ରଣବୀରଙ୍କ ସଂପର୍କକୁ ନେଇ ସେ ଖୁସି ଅଛନ୍ତି ।

ସମ୍ବନ୍ଧିତ ଖବର