ଝିଅର ଫିଲ୍ମ ଫ୍ଲପ୍‌ ହୋଇଥିବା ଜାଣି ଏହି କାରଣ ପାଇଁ ଖୁସି ହୋଇଥିଲେ ମହେଶ ଭଟ୍ଟ

ମୁମ୍ବାଇ : ଏବେ ନିଜ ଦମ୍‌ଦାର ଅଭିନୟ ପାଇଁ ବଲିଉଡ୍‌ରେ ଆଗଧାଡ଼ିର ନାୟିକା ପାଲଟିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ମନ କିଣି ନେଇଥିଲେ,  ଯାହା ପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ମିଳି ଚାଲିଥିଲା । ତେବେ ନିଜ ଫିଲ୍ମ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଥିବା ବେଳେ ଅନେକ ଫ୍ଲପ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି । ଫିଲ୍ମ ଫ୍ଲପ୍‌ ହେବା ନେଇ ଆଲିଆ ଦୁଃଖୀ ହେଉଥିବା ବେଳେ ତାଙ୍କ ବାପା ମହେଶ ଭଟ୍ଟ ଖୁସୀ ହେଉଥିଲେ ବୋଲି ଜଣା ପଡ଼ିଛି ।

Image result for alia-mahesh-shaandaar
PeepingMoon

ଆଲିଆଙ୍କ ଅଭିନୀତ ଫିଲ୍ମ ‘ଶାନ୍‌ଦାର’ ଫ୍ଲପ୍‌ ହେବା ପରେ ମହେଶ ଭଟ୍ଟ ଖୁସି ହୋଇ ପାର୍ଟି କରିଥିଲେ । ତାଙ୍କ ହିସାବରେ ସବୁବେଳେ ସଫଳତା ମିଳି ନ ଥାଏ । ସମସ୍ତଙ୍କୁ ବିଫଳତାର ସ୍ୱାଦ ଚାଖିବା ନିହାତି ଦରକାର । ସେଥିରୁ ମଣିଷ ଅନେକ କିଛି ଶିଖିଥାଏ ।

ସମ୍ବନ୍ଧିତ ଖବର