ଅଣ୍ଡରୱାର୍ଲଡ୍‌ ଡନ୍‌ ନାମରେ ମହେଶଙ୍କୁ ୩୫କୋଟି ମାଗି ଜେଲ୍‌ ଗଲେ

ଅଣ୍ଡରୱାର୍ଲଡ୍‌ ଡନ୍‌ ଅବୁ ସଲେମଙ୍କ ନାଁ ନେଇ ଜଣେ ବ୍ୟକ୍ତି ଫିଲ୍ମ ଅଭିନେତା ତଥା ନିର୍ଦେଶକ ମହେଶ ମଞ୍ଜରେକରଙ୍କୁ ୩୫ କୋଟି ଟଙ୍କା ମାଗି ଗୁରୁବାର ଗିରଫ ହୋଇ ଜେଲ୍ ଯାଇଛନ୍ତି। ପୁଲିସ୍‌ ଦେଇଥିବା ସୂଚନା ମୁତାବକ, ଅଣ୍ଡରୱାର୍ଲଡ୍‌ ଡନ୍‌ ନାଁରେ ଟଙ୍କା ମାଗିଥିବା ବ୍ୟକ୍ତି ହେଉଛନ୍ତି ୩୪ ବର୍ଷୀୟ ଜଣେ ଚା’ ବିକାଳି। ତା’ ନାଁ ମିଲିନ୍ଦ ତୁଲସଙ୍କର। ମୁମ୍ବାଇ ପୁଲିସର ଅପରାଧ ଶାଖା ଅଧିକାରୀ ମିଲିନ୍ଦ ତୁଲସଙ୍କରକୁ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରୁ ଗିରଫ କରିଛି। ମହେଶ ଦୁଇଦିନ ତଳେ ଦାଦର ପୁଲିସ୍‌ ଥାନାରେ ଏତଲାରେ ଦର୍ଶାଇଥିଲେ ଯେ ଜଣେ ଅଜ୍ଞାତ ବ୍ୟକ୍ତି ନିଜକୁ ଅବୁ ସଲେମର ପାଖ ଲୋକ କହି ମୋବାଇଲ୍‌ ବାର୍ତାରେ ୩୫ କୋଟି ଟଙ୍କା ମାଗିଥିଲା। ମିଲିନ୍ଦ ପୁଲିସକୁ ବୟାନରେ କହିଛି, ଲକଡାଉନ କାରଣରୁ ଦୋକାନ ବନ୍ଦ ହୋଇଯାଇଥିବାରୁ ସେ ଏଭଳି ଉପାୟ ପାଞ୍ଚି ଥିଲା।

ସମ୍ବନ୍ଧିତ ଖବର