ଐଶ୍ବର୍ଯ୍ୟାଙ୍କ ଝିଅର ନକଲ ଭଳି ଲାଗୁଛନ୍ତି ମହିମା ଚୌଧୁରୀଙ୍କ ସୁକନ୍ୟା; ପ୍ରଶଂସକ କହିଲେ ଇଏ ଅରାଧ୍ୟାଙ୍କଠୁ ବି ସୁନ୍ଦର

ମୁମ୍ବାଇ: ଐଶ୍ବର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ସୁପୁତ୍ରୀ ଆରାଧ୍ୟା ବଚ୍ଚନଙ୍କୁ ତ ଆପଣ ଜାଣିଥିବେ ନିଶ୍ଚୟ। ଆରାଧ୍ୟାଙ୍କୁ ଅଧିକାଂଶ ସମୟରେ ତାଙ୍କ ମାଆ ଐଶ୍ବର୍ଯ୍ୟାଙ୍କ ସହ ଦେଖିବାକୁ ମିଳିଥାଏ। ଐଶ୍ବର୍ଯ୍ୟା ଯୁଆଡ଼େ ବି ଯାଆନ୍ତି ଅଧିକାଂଶ ସ୍ଥାନକୁ ନିଜ ଝିଅଙ୍କୁ ସାଙ୍ଗରେ ନେଇକି ଯାଆନ୍ତି। ତେବେ ଆପଣ ଜାଣନ୍ତି କି ଅଭିନେତ୍ରୀ ମହିମ‌ା ଚୌଧୁରୀଙ୍କର ବି ଐଶ୍ବର୍ଯ୍ୟାଙ୍କ ଝିଅ ଅରାଧ୍ୟାଙ୍କ ପରି ଏକ ଝିଅ ଅଛି। ତେବେ ସବୁଠାରୁ ଚକିତ କରିବା ପରି କଥା ହେଉଛି ସେ ବି ଅବିକଳ ଆରାଧ୍ୟାଙ୍କ ପରି ଦିଶୁଛନ୍ତି। କେହି କେହି ପ୍ରଶଂସକ ତାଙ୍କୁ ଆରାଧ୍ୟାଙ୍କଠାରୁ ବି ସୁନ୍ଦର ବୋଲି କହୁଛନ୍ତି।

ନିକଟରେ ଏକ ଇଭେଣ୍ଟ୍‌ରେ ମହିମା ଚୌଧୁରୀ ତାଙ୍କ ଝିଅଙ୍କ ସହ ନଜର ଆସିଥିଲେ। ତାଙ୍କୁ ଦେଖିବା ପରେ ଫଟୋଗ୍ରାଫର୍‌ମାନେ ସେ ଦୁହିଁଙ୍କ ଫଟୋକୁ କ୍ୟାମେରାରେ କ୍ୟାପ୍‌ଚର୍‌ କରିବାକୁ ଆଦୌ ଭୁଲିନଥିଲେ। ବରିଷ୍ଠ କଳାକାର ଅନୁପମ ଖେର୍‌ଙ୍କ ସହ ମହିମା ଓ ତାଙ୍କ ଝିଅ ଫଟୋ ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଥିଲେ।

ମହିମାଙ୍କ ଝିଅକୁ ଦେଖିବା ପରେ ଜଣେ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି, ‘ଇଏ ତ ଆରାଧ୍ୟାଙ୍କ କପି ଲାଗୁଛନ୍ତି’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ୟାଙ୍କ ହେୟାର୍‌ ଷ୍ଟାଇଲ୍‌ ଆରାଧ୍ୟାଙ୍କ ହେୟାର୍‌ ଷ୍ଟାଇଲ୍‌ର କପି’।

ମହିମାଙ୍କ ଝିଅଙ୍କ ନାଁ ଆର୍ଯ୍ୟାନା। ତେବେ ତାଙ୍କ ହସ ବି ଅବିକଳ ଆରାଧ୍ୟାଙ୍କ ପରି। କେହି କେହି ଆର୍ଯ୍ୟାନାଙ୍କୁ ଆରାଧ୍ୟାଙ୍କ ଡୁପ୍ଲିକେଟ୍‌ କହୁଥିବା ବେଳେ ଆଉ କେହି ତାଙ୍କୁ ଆରାଧ୍ୟଙ୍କଠାରୁ ଢେର୍‌ ସୁନ୍ଦର ବୋଲି ମଧ୍ୟ କହୁଛନ୍ତି।

ସମ୍ବନ୍ଧିତ ଖବର