ମୁମ୍ବାଇ: ବଲିଉଡକୁ ଏଭଳି ଅନେକ କଳାକାର ଆସିଛନ୍ତି, ଯେଉଁମାନେ ସୁପରହିଟ୍ ଫିଲ୍ମ ଦେଇ ବି ଆଗକୁ ବଢ଼ିପାରି ନାହାନ୍ତି। ଏହା ପଛରେ ଅନେକ କାରଣ ରହିଥାଏ। କିଏ ନିଶା କରି ନିଜ କ୍ୟାରିୟର ବର୍ବାଦ କରେ ତ କିଏ ବ୍ୟବହାର ଠିକ ନକରି ନିଜ କ୍ୟାରିୟର ବର୍ବାଦ କରେ। ଏବେ ଜଣେ ଅଭିନେତ୍ରୀଙ୍କ କଥା କହିବୁ, ଯିଏ ବଡ଼ ବଡ଼ ଷ୍ଟାରଙ୍କ ସହ କାମ କରି ବି ବଲିଉଡରେ ଦୀର୍ଘ ଦିନ ତିଷ୍ଠି ରହିପାରିନଥିଲେ। ଅଭିନେତ୍ରୀଜଣକ ହେଉଛନ୍ତି ମହିମା ଚୌଧୁରୀ।

Advertisment

ମହିମା ବଲିଉଡର ରାଜା ଶାହାରୁଖ ଖାନଙ୍କ ସହ ଫିଲ୍ମ 'ପରଦେଶ' ସହିତ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଫିଲ୍ମର ଗୀତ ସହ ମହିମାଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା। ଏହା ପରେ ମହିମା 'ଧଡକନ୍', 'ଦିଲ୍ ହେ ତୁମହାରା', 'ଲଜ୍ଜା' ଏବଂ 'ବାଗୱାନ୍' ଭଳି ଅନେକ ବଡ଼ ବଡ଼ ଚଳଚ୍ଚିତ୍ରରେ କାମ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ହୋଇଥିବା ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା |

୧୯୯୯ ମସିହାରେ ମହିମା ଚୌଧୁରୀ ଫିଲ୍ମ 'ଦିଲ କ୍ୟା କରେ'ର ସୁଟିଂ କରୁଥିଲେ। ଦିନେ ସେ ନିଜେ କାର୍ ଚଳାଇ ସୁଟିଂ ସେଟରୁ ଘରକୁ ଫେରୁଥିଲେ। ଯିବା ବାଟରେ ତାଙ୍କର ଭୟଙ୍କର ଦୁର୍ଘଟଣା ହୋଇଥିଲା ​​| ଦୁର୍ଘଟଣାରେ ମହିମାଙ୍କ ମୁହଁରେ ୬୦ରୁ ଅଧିକ କ‌ାଚ ଖଣ୍ଡ ପଶିଯାଇଥିଲା। କିଛି ବର୍ଷ ବିଶ୍ରାମ କରି ମହିଳା ବଲିଉଡକୁ ଫେରିଥିଲେ ସତ, କିନ୍ତୁ ତାଙ୍କୁ ପୂର୍ବଭଳି ଭଲପାଇବା ମିଳିନଥିଲା। ଫିଲ୍ମ ମିଳିବା ବନ୍ଦ ହେବାରୁ ସେ ଅଭିନୟରୁ ନିଜକୁ ଦୂରେଇ ରଖିବା ଆରମ୍ଭ କଲେ । ତେବେ କିଛି ବର୍ଷର ବ୍ୟବଧାନ ପରେ ଏବେ ଅଭିନେତ୍ରୀ ଫିଲ୍ମ 'ଏମରଜେନ୍ସି'ରେ ନଜର ଆସିବାକୁ ଯାଉଛନ୍ତି।