ଏମିତି ଭୁଲ୍‌ ହୁଏ!

ଚଳିତ ବର୍ଷ ଆରମ୍ଭରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ରଇସ୍‌’ରେ ଶାହ୍‌ରୁଖ୍‌ ଖାଁଙ୍କର ନାୟିକା ହୋଇଥିଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାଁ। ତେବେ ଏଇ ଦୁଇମାସ ହେଲା ସେ ପୁଣି ଚର୍ଚ୍ଚାକୁ ଆସିଲେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ରଣବୀର କପୁର୍‌ଙ୍କ ସହିତ ତାଙ୍କର ଏକ ଫଟୋ ପାଇଁ। ସେ ଫଟୋରେ ମାହିରା ନ୍ୟୁୟର୍କର ଏକ ରେସ୍ତୋରାଁରେ ରଣବୀରଙ୍କ ସହିତ ବସି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଥିଲା। କେବଳ ସେତିକି ନୁହେଁ, ମାହିରା ଗୋଟେ ଛୋଟ ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧିଥିଲେ। ସେତେବେଳେ ଭାରି ଆଲୋଚନା ହେଇଥିଲା ଯେ ଦୁହିଁଙ୍କର ପ୍ରେମ ଚାଲିଛି। ଏବେ ଦୁଇମାସ ପରେ ମାହିରା ଉକ୍ତ ଫଟୋ ଓ ସେତେବେଳେ ଚୁପ୍‌ ରହିବା ସଂପର୍କରେ ନିଜର ସଫେଇ ଦେଇଛନ୍ତି। ଏକ ସାକ୍ଷାତକାରରେ ମାହିରା କହିଛନ୍ତି, ‘‘ମୁଁ ଜଣେ ମଣିଷ; ମଣିଷର ଏମିତି ଭୁଲ୍‌ ହୁଏ। …ମୁଁ ଭାରି ଟାଣୁଆ ମନର ଝିଅ। କିନ୍ତୁ ଯେତେବେଳେ ଏସବୁ ହେଲା, ମୁଁ ଭାଙ୍ଗି ପଡ଼ିଥିଲି। ସେ ବିଷୟରେ ମୁଁ ନିଜର ମତ ଦେବି ବୋଲି ଭାବିଥିଲି, କିନ୍ତୁ ନିଜକୁ ଅଟକାଇଥିଲି। କାରଣ ମୁଁ ଜାଣିପାରୁ ନ ଥିଲି ମୁଁ କ’ଣ କହିବି।’’

ସମ୍ବନ୍ଧିତ ଖବର