ସୋସିଆଲ ମିଡିଆରେ ଜା‌ଲ୍ ପ୍ରମାଣପତ୍ର ସେୟାର କରି ବିବାଦରେ ବିଗ୍ ବସ୍ ପ୍ରତିଯୋଗୀ ମାହିରା ଶର୍ମା

ମୁମ୍ବାଇ: ପ୍ରତିଯୋଗୀ ପାରସ ଛାବ୍ରାଙ୍କ ସହ ଥିବା ନିଜ ସଂପର୍କକୁ ନେଇ ବିବାଦରେ ରହିଥିଲେ ପ୍ରତିଯୋଗୀ ମାହିରା ଶର୍ମା। ପାରସଙ୍କ ସାହାରାରେ ସେ ସୋ’ରେ ତିଷ୍ଠି ରହିଥିଲେ ବୋଲି ଚର୍ଚ୍ଚା ହେବା ସହ ଏବେ ତାଙ୍କ ଉପରେ ଆଉ ଏକ ଆରୋପ ଲାଗିଛି। ତାଙ୍କ ଉପରେ  ସୋସିଆଲ ମିଡିଆ ଆକାଉଣ୍ଟରେ ଜା‌ଲ୍ ଦାଦାସାହେବ୍ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ  ପ୍ରମାଣପତ୍ର ସେୟାର କରିଥିବା ଅରୋପ ଲାଗିଛି।

ସୂଚନା ମୁତାବକ, ଫେବୃଆରି ୨୦ରେ ମାହିରା ନିଜ ଇନଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରିଥିଲେ। ସେୟାର କରାଯାଇଥିବା ଫଟୋରେ ଦାଦାସାହେବ୍ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ(ଡିପିଆଇଏଫଏଫ)ର ପ୍ରମାଣପତ୍ର  ଦେଖାଯାଇଥିଲା। ଫଟୋ ସେୟାର କରି ବିଗ୍ ବସ୍-୧୩ର ସବୁଠାରୁ ଫ୍ୟାଶନେବଲ ପ୍ରତିଯୋଗୀଭାବେ ତାଙ୍କ ସମ୍ମାନିତ କରାଯାଇଥିବା ଲେଖିଥିଲେ ମାହିରା। ମାହିରାଙ୍କ ଏଭଳି ପୋଷ୍ଟ ପରେ ଡିପିଆଇଏଫଏଫ ଏବେ ଏ ନେଇ ସ୍ପଷ୍ଟୀକରଣ ଦେଇଛି।

indiatimes.com

ଡିପିଆଇଏଫଏଫ ପକ୍ଷରୁ କୁହାଯାଇଛି କି, ନିଜର ଲୋକପ୍ରିୟତା ଏବଂ ବ୍ୟକ୍ତିଗତ ଲାଭ ପାଇଁ ମାହିରା ଏଭଳି ଜାଲ ପ୍ରମାଣପତ୍ର ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ। ଏଭଳି କରି ସେ ଡିପିଆଇଏଫଏଫର ସମ୍ମାନହାନି କରିଛନ୍ତି। ତୁରନ୍ତ ତାଙ୍କୁ ଏଭଳି ମିଛ ଖବରକୁ ନିଜର ସୋସିଆଲ ମିଡିଆ ପ୍ରୋଫାଇଲରୁ ହଟାଇବା ପାଇଁ କୁହାଯାଇଛି। ଯଦି ସେ ଏପରି କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର